ଆନ୍ଦୋଳନରେ ସରପଞ୍ଚ, ଗ୍ରାମସଭା ଠପ୍
ବନ୍ତ, (ଚାନ୍ଦିନୀ ମହାନ୍ତି):ସୋମବାର ଗାନ୍ଧୀ ଜୟନ୍ତୀ ଅବସରରେ ବନ୍ତ ବ୍ଲକର ୨୫ ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ ହୋଇନଥିବା ଜଣାଯାଇଛି । ସେହିପରି ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ସରପଞ୍ଚ ମାନେ ଯୋଗ ଦେଇନାହାନ୍ତି । ସରପଞ୍ଚ ମାନେ ଆନ୍ଦୋଳନରେ ଥିବାରୁ ସମସ୍ତ ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ଠପ୍ ହୋଇଯାଇଛି । ପୂର୍ବରୁ କରାଯାଇଥିବା କାର୍ଯ୍ୟ ଗୁଡିକ ଅଧପନ୍ତରିଆ ହୋଇପଡି ରହିଛି । ବିଭିନ୍ନ କାର୍ଯ୍ୟରେ ପଞ୍ଚାୟତକୁ ଆସୁଥିବା ଲୋକ ମାନେ ନିରାଶ ହୋଇ ଫେରୁଛନ୍ତି ।