ଆନ୍ଧ୍ର ପୋଲିସ ହାତରେ ଧରା ପଡିଛନ୍ତି ଆନ୍ତର୍ଜାତୀୟ ଚନ୍ଦନ ତସ୍କରି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆନ୍ଧ୍ର ପୁଲିସ୍ ହାତରେ ଧରାପଡିଛନ୍ତି ଆନ୍ତର୍ଜ।ତୀୟ ଚନ୍ଦନ ତସ୍କରୀର ୧୧ ଜଣିଆ ଗ୍ୟାଙ୍ଗ। ଏହି୧୧ ଜଣଙ୍କ ମଧ୍ୟରେ ଗଜପତି ଜିଲ୍ଲା ଗଣ୍ଡାହାତୀ ଅଞ୍ଚଳର ୪ ଜଣ ରହିଛନ୍ତି। ଏହି ଗ୍ୟାଙ୍ଗର ଅନ୍ୟ ୪ ଜଣ ଫେରାର୍ ଥିବା ବେଳେ ସେମାନଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଥିବା ଶ୍ରୀକାକୁଲମ୍ ଏସପି ରାଧୀକା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ଗିରଫ ଯୁବକମାନେ ହେଲେ ତାମିଲନାଡୁ ଜିଲ୍ଲା ମଳୟମ୍ବକମର ବୀରସ୍ବାମୀ କୋଦଣ୍ଡମ(୪୦), ଆନ୍ଧ୍ର ପ୍ରଦେଶର ତିରୁପତି ଜିଲ୍ଲା ତ୍ରିଧାମପାଡୁର ଏ.ସୋମିନାଇଡୁ(୪୩ ),କର୍ଣ୍ଣୁଲ ଜିଲ୍ଲା ଲିଙ୍ଗାଲ୍ଲୀରଗୁଡିପାଲ୍ଲୀପ୍ରତାପ(୪୩ ),କାଡାପାଜିଲ୍ଲାକୋଡୁରୁରଏସ.ରାଜେନ୍ଦ୍ରପ୍ରସାଦ (୩୬) ,ଜାଙ୍ଗିତିବାଣୀପଲ୍ଲୀରକେ.ଦୀପା (୩୧),ଆନ୍ନାମାୟା ଜିଲ୍ଲା ରାମପୁରମର ବି.ଲକ୍ଷ୍ମୀନାରାୟଣ, ଜବତ ଆଇଚର ଗାଡିର ଦୁଇଜଣ ଡ୍ରାଇଭର କାଡାପା ଜିଲ୍ଲା ଉଙ୍ଗରାଲାନଗରର କେ.ବିଜୟ ଶ୍ରୀନିବାସ ରାଓ(୩୦ ) ଏବଂ ନେଲୁରୁ ଜିଲ୍ଲା ମୁଡାମପଲ୍ଲୀର ପି.ରାମମୋହନା(୩୫ ), ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଅନ୍ତର୍ଗତ ଗଣ୍ଡାହାତୀଅଞ୍ଚଳରମାର୍କଣ୍ଡସାବତ(୨୭ ),ଅଭିଜିତ ଭୂୟାଁ(୨୧),ବାରିକି ପ୍ରଧାନ(୨୨ । ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ରାଜାମପେଟାର ଜବତ ଆଇଚର ଗାଡିର ମାଲିକ ଶେଖ୍ ସାହିର ବାସା, ଜବତ କାରର ମାଲିକ ଗଣେଷ କୁମାର ପଣ୍ଡା, ଗଣ୍ଡାହାତୀ ଅଞ୍ଚଳର ସାମୁଏଲ ଏବଂ ତଥା ଚେନ୍ନାଇର ପ୍ରବୀଣ ଣ ଫେରାର୍ ଥିବା ଏସପି ସୂଚନା ଦେଇଛନ୍ତି।ଏମାନଙ୍କ ନିକଟରୁ ୪ହଜାର ୨ ଶହ କିଲୋ ଓଜନର ୩୯୬ ଖଣ୍ଡ ରକ୍ତ ଚନ୍ଦନ କାଠ ଜବତ ହୋଇଛି। ଏଥିସହ ଆଇଚର ଗାଡି( ନଂ ଏପି-୩୯ ଏନଜି-୮୮୮୬ ) ଏବଂଏକକାର୍(ନଂଓଡି-୦୨ଏଡି-୧୨୮୫ ) ଜବତ ହୋଇଛି। ଏମାନଙ୍କ ନିକଟରୁ ୩୫ ହଜାର ଟଙ୍କା ନଗଦ ଏବଂ ୧୪ ଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ ହୋଇଥିବା ଏସପି କହିଛନ୍ତି। ଜବତ ରକ୍ତ ଚନ୍ଦନ କାଠର ଆନୁମାନିକ ମୂଲ୍ୟ ଦୁଇ କୋଟିରୁ ଅଧିକ ହେବ ବୋଲି ଶ୍ରୀକାକୁଲମ୍ ଏସପି କହିଛନ୍ତି। ଏମାନଙ୍କ ନାଁରେ ଆନ୍ଧ୍ରର ବିଭିନ୍ନ ଥାନାରେ ୧୦ଟି ମାମଲା ରହିଥିବା ମଧ୍ୟ ସେ କହିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ