ଆନ୍ଧ୍ର ସରକାରଙ୍କ ନୂଆ ଘୋଷଣା ଆଶାକର୍ମୀଙ୍କ ଦରମା ୧ଠ ହଜାରକୁ ବୃଦ୍ଧି
ବିଜୟୱାଡା(ଏଜେନ୍ସି): ସୋମବାର ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଜଗନମୋହନ ରେ‡ୀ ଏକ ବଡ ଘୋଷଣା କରିଛନ୍ତି । ସେ ରାଜ୍ୟରେ କାର୍ଯ୍ୟ କରୁଥିବା ଆଶା କର୍ମୀମାନଙ୍କର ଦରମାକୁ ୭ହଜାର ଟଙ୍କା ଯାଏଁ ବଢ଼ାଇଦେଇଛନ୍ତି । ଜଗନ୍ମୋହନ ଘୋଷଣା କରିଛନ୍ତି ଯେ, ଏଣିକି ୩ହଜାର ଟଙ୍କା ପାଉଥିବା ଆଶା କର୍ମୀମାନେ ୧ଠ ହଜାର ଟଙ୍କା ପାଇବେ । ୩ ଗୁଣ ଦରମା ବଢ଼ାଇ ଜଗନ ସମସ୍ତଙ୍କୁ ହତଚକିତ କରିଦେଇଛନ୍ତି । ସୂଚନାଥାଉ କି, ସାରା ଦେଶରେ ୮ଲକ୍ଷରୁ ଅଧିକ ଆଶା କର୍ମୀ କାର୍ଯ୍ୟ କରୁଛନ୍ତି । ଚିକିତ୍ସା କ୍ଷେତ୍ରରେ ଏମାନଙ୍କର ପ୍ରମୁଖ ଭୂମିକା ରହିଆସିଛି । ରାଷ୍ଟ୍ରୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର ସୂଚନା ମୁତାବକ ୨ଠ୧୭ ମସିହାରେ ଆନ୍ଧ୍ରପ୍ରଦେଶରେ ୩୫ହଜାରରୁ ଅଧିକ ଆଶା କର୍ମୀ ନିୟୋଜିତ ହୋଇଛନ୍ତି । ପ୍ରକାଶ ଯେ, ଭାରତର ଗ୍ରାମୀଣ ଅଞ୍ଚଳରେ ଲୋକଙ୍କୁ ପ୍ରାଥମିକ ଚିକିତ୍ସା ଦେବା ସହ ପ୍ରସବ ବାବଦରେ ପ୍ରସୂତୀଙ୍କୁ ସୂଚନା ଆଶା କର୍ମୀ ଦେଇଥାନ୍ତି । ସେହିପରି ପ୍ରସବ ସମୟରେ ପ୍ରସୂତୀଙ୍କୁ ମେଡିକାଲ ନେବା ସହ ମା’ର ଦାୟିତ୍ୱ ନେବାକୁ ଆଶା କର୍ମୀଙ୍କୁ ନିଯୁକ୍ତି ଦିଆଯାଇଛି ।


