‘ଆପ’ର ଜିଲା ସମ୍ମିଳନୀ

ବାଲେଶ୍ୱର, (ସରୋଜ ପଣ୍ଡା):ଆମ ଆଦମି ପାର୍ଟି (ଆପ)ର ବାଲେଶ୍ୱର ଜିଲା ଶାଖା ସମ୍ମିଳନୀ ସ୍ଥାନୀୟ ବ୍ରିଟ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଜିଲା ସଭାପତି ସ୍ୱର୍ଣ୍ଣଭାରତ ମଲିକ ଏଥିରେ ସଭାପତିତ୍ୱ କରିଥିଲେ । ଦଳର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଏଥିରେ ଯୋଗଦେଇ ଆସନ୍ତା ୨୦୨୪ ନିର୍ବାଚନରେ ଓଡ଼ିଶାରେ ଆପର ସମ୍ଭାବ୍ୟ ସଫଳତା ସମ୍ପର୍କରେ ଆଶା ପ୍ରକାଶ କରିଥିଲେ । ଏନେଇ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ ସେ ଉପସ୍ଥିତ ଜିଲାସ୍ତରୀୟ କର୍ମକର୍ତ୍ତା ଓ କର୍ମୀଙ୍କୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ । ଦଳର ଜିଲା ପର୍ଯ୍ୟପେକ୍ଷକ ସୁନୀଲ ଷଡ଼ଙ୍ଗୀ କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ନିକୁଞ୍ଜ ମହାନ୍ତି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ