ଆପାର୍ଟମେଣ୍ଟ ମେନସୁଇଚ ଅଫ କରିବାକୁ ମନା

ଭୁବନେଶ୍ୱର: କରୋନା (କୋଭିଡ-୧୯) ର ମୁକାବିଲା ପାଇଁ ନିଜ ଭିତରେ ଆତ୍ମ ବିଶ୍ୱାସ ଆଣିବା ଓ ଏକତାକୁ ପରିପ୍ରକାଶ କରିବା ପାଇଁ ଆଜି ରାତି ୯ଟାରେ ଲାଇଟ ବନ୍ଦ କରି ଦୀପ, ଟର୍ଚ୍ଚ, ମୋବାଇଲ ଫ୍ଲାସ ଲାଇଟ ଜାଳିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ କରିଛନ୍ତି । ଏଥିପାଇଁ ଜନସାଧାରଣ ନିଜ ଘରେ ଟିଭି, ରେଫି୍ରଜିରେଟର ଓ ଏସି ଇତ୍ୟାଦି ଚାଲୁ ରଖିବା ପାଇଁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି । ସେହିପରି ରାସ୍ତାଘାଟ ଆଲୋକ ବ୍ୟବସ୍ଥା ସହ ହସ୍ପିଟାଲ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ସଂସ୍ଥା ଗୁଡ଼ିକରେ ବିଦୁ୍ୟତ ବ୍ୟବସ୍ଥା ଜାରି ରହିବ । ରାଜ୍ୟରେ ଥିବା ବିଭିନ୍ନ ହାଉସିଂ ସୋସାଇଟି / ଆପାର୍ଟମେଣ୍ଟ ଗୁଡ଼ିକରେ ମେନ ସୁଇଚ ଅଫ ନ କରିବା ପାଇଁ ସରକାର ଅନୁରୋଧ କରିଛନ୍ତି । ଜନସାଧାରଣ ସେହି ରାତି ୯ଟା ୯ ମିନିଟ ପରେ ନିଜ ଘରର ଆଲୁଅ ଗୁଡ଼ିକୁ ଅଳ୍ପ ସମୟ ବ୍ୟବଧାନରେ କ୍ରମେ କ୍ରମେ ସୁଇଚ ଅନ କରିବାକୁ ପରାମର୍ଶ ଦିଆଯାଇଛି ।
ସେହିପରି ରାଜ୍ୟରେ ଏବେ ସୁଦ୍ଧା ୬୧ଟି ସହରାଞ୍ଚଳର ୧୯ ହଜାର ୭୫୯ ଜଣ ପଞ୍ଜୀକୃତ ଉଠାଦୋକାନୀଙ୍କୁ ୩ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୨୮ ହଜାର ଅତିଥି ଶ୍ରମିକଙ୍କୁ ୪୧୮ ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ଯୋଗାଇ ଦିଆଯାଇଛି । ରାଜ୍ୟରେ ୫୧୯୯ ଗ୍ରାମ ପଞ୍ଚାୟତରେ ୩୦୭୧୭୩ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ୧୦୭ଟି ପୌରାଞ୍ଚଳରେ ୨୩୫୭୪ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଉଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ