ଆପେକ୍ସ ଆଙ୍ଗଲୋ ଆରବିକ ସ୍କୁଲର ଛାତ୍ର ମିନି ମାରାଥନ ଦୈାଡରେ ପ୍ରଥମ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ରଣପଡାସ୍ଥିତ ଆପେକ୍ସ ଆଙ୍ଗଲୋ ଆରବିକ ସ୍କୁଲର ଦ୍ୱିତୀୟ ଶ୍ରେଣୀର ଛାତ୍ର ସାହାଦତ ଖାନ ଜିଲ୍ଲାର ଆଳି ଠାରେ ଅନୁଷ୍ଠିତ ଶରତ କୁମାର ଦେବ (୫କିଲୋମିଟର) ମିନି ମାରାଥନ ଦୈାଡରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ଏହି ଉପଲକ୍ଷେ ଆପେକ୍ସ ଆଙ୍ଗଲୋ ଆରବିକ ସ୍କୁଲ ପରିସରରେ ଅଧ୍ୟକ୍ଷ ସାଇରା ପରୱିନଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାହାଦତକୁ ସ୍କୁଲ ପକ୍ଷରୁ ପୁଷ୍ପମାଲ୍ୟ ଓ ସାର୍ଟିଫିକେଟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏଥିସହିତ ସାହାଦତର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସାହାଦତ ଭଳି ପାଠପଢା ସହିତ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଆମ କେନ୍ଦ୍ରାପଡା ପାଇଁ ସଫଳତା ଆଣିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ସେକ ଜାକିରିଆ, ସମ୍ପାଦକ ଅବଦୁଲ ମଲ୍ଲିକ, ଉପାଧ୍ୟକ୍ଷା କନିଜ ଫାତିମା, ଶିକ୍ଷୟିତ୍ରୀ ମିନୁରାଣୀ ସାହୁ, ଆଥଲେଟିକ କୋଚ ସୈାକତ ଖାନ ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କ ଶୁଭକାମନା କରିଥିଲେ । ଏହି ବିଦ୍ୟାଳୟରୁ ସେକ ସାଜଦ, ସେକ ଅମନ, ଯସ୍ମୀନ ପରୱିନ, ଆସମା ମେହମୁଦ, ନସିଆ ଜାହାଁ, ମହମ୍ମଦ ଇଜାଜ, ଫୟିଜୁଲ ରାଜା, ନାଜଲିନ ପରୱିନ, ହାସିବ ଅଲ୍ଲୀଖାନ ପ୍ରମୁଖ ୧୦ଜଣ ପ୍ରତିଯୋଗୀ ଶରତ କୁମାର ଦେବ ମିନି ମାରାଥନରେ ଅଂଶଗ୍ରହଣ କରିଥିବାରୁ ସେମାନଙ୍କୁ ମଧ୍ୟ ମୁଖ୍ୟ ଅତିଥି ଶ୍ରୀ ଦାସ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଛାତ୍ରୀ ଯସ୍ମୀନ ପରୱିନ ୧୪ବର୍ଷରୁ କମ୍ ରାଜ୍ୟ ସ୍ତରୀୟ ଖୋ- ଖୋ ଖେଳିବା ପାଇଁ ମନୋନିତ ହୋଇଥିବାରୁ ତାକୁ ମଧ୍ୟ ବିଦ୍ୟାଳୟ ପକ୍ଷରୁ ଶୁଭେଛା ଜ୍ଞାପନ କରାଯାଇଥିଲା ।


