ଆପେଲ୍ ପ୍ରତିଷ୍ଠାତାଙ୍କ ଶେଷକଥା

ଦୁନିଆର ସବୁଠାରୁ ବଡ଼ ମୋବାଇଲ୍ କମ୍ପାନୀ ‘ଆପେଲ୍’ର ପ୍ରତିଷ୍ଠାତା ଷ୍ଟିଭ୍ ଜବ୍ସ ବ୍ୟବସାୟ ଜଗତର ସବୁଠାରୁ ସଫଳ ବ୍ୟକ୍ତିଙ୍କ ମଧ୍ୟରେ ଆସନ୍ତି । ବ୍ୟବସାୟରେ ସଫଳ ହେବା ପାଇଁ ଲୋକେ ତାଙ୍କୁ ଅନୁସରଣ କରିଥାଆନ୍ତି । ଆପେଲ୍ କମ୍ପାନୀ ପ୍ରତିଷ୍ଠା କରିବା ପରେ ସେ ସଫଳତାର ଶୀର୍ଷରେ ପହଞ୍ଚିସାରିଥିଲେ । ମାତ୍ର ଏହି ବ୍ୟକ୍ତି ଜଣଙ୍କ ଜୀବନର ଶେଷ ମୁହୂର୍ତ୍ତରେ ନିଜକୁ କିପରି ଅନୁଭବ କରିଥିଲେ, ତାହା ନିମ୍ନରେ ଉଲ୍ଲେଖ କରାଗଲା ।
ଷ୍ଟିଭ୍ ଜବ୍ସ ମୃତ୍ୟୁଶଯ୍ୟାରେ ଥାଇ ଉଲ୍ଲେଖ କରିଛନ୍ତି ଯେ, ଏପରି ଏକ ସମୟ ଥିଲା ଯେତେବେଳେ ମୁଁ ସଫଳତା ପାଇସାରିଥାଏ । ଦେଖଣାହାରୀଙ୍କ ପାଇଁ ମୁଁ ସଫଳତାର ନମୁନା ହୋଇସାରିଥିଲି । ମାତ୍ର ଆଜି ନିଜକୁ ବେମାର ଅବସ୍ଥାରେ ପଡ଼ିଥିବାର ଦେଖି ମୋତେ ନିଜକୁ ଖୁବ୍ ଅଦ୍ଭୁତ ଲାଗୁଛି । ପୂରା ଜୀବନ ଯାକ ମୁଁ କଠିନ ପରିଶ୍ରମ କରିବାରେ ବ୍ୟସ୍ତ ରହିଲି । ମାତ୍ର ନିଜ ଖୁସି ପାଇଁ ଟିକେ ହେଲେ ସମୟ କାଢ଼ିବାକୁ ଉଚିତ୍ ମଣିଲିନାହିଁ । ଯେତେବେଳେ ମୋତେ ସଫଳତା ମିଳିଲା ମୋତେ ବହୁତ ଗର୍ବ ଅନୁଭବ ହେଲା । ମାତ୍ର ଆଜି ଜୀବନର ଶେଷ ପର୍ଯ୍ୟାୟରେ ସେସବୁ ଉପଲବ୍ଧି ଫିକା ଲାଗୁଛି । ଆଜି ଏହି ଅନ୍ଧକାରମୟ ଜୀବନରେ ମୁଁ ମୃତ୍ୟୁଦେବଙ୍କୁ ଖୁବ୍ ନିକଟରେ ଦେଖିପାରୁଛି । ଆଜି ମୁଁ ଅନୁଭବ କରୁଛି ଯେ, ମଣିଷକୁ ଯେତେବେଳେ ଲାଗିବ ମୁଁ ମୋ ଭବିଷ୍ୟତ ପାଇଁ ପର୍ଯ୍ୟାପ୍ତ ଅର୍ଥ ଠୁଳ କରିସାରିଛି ସେତେବେଳେ ନିଜ ପାଇଁ ଟିକେ ସମୟ କାଢ଼ିବା ଉଚିତ୍ । ସେହି ମୁହୂର୍ତ୍ତରେ ଅର୍ଥରୁ ମୁହଁ କାଢ଼ି ନିଜ ଖୁସି ଆଡ଼େ ଟିକେ ମୁହାଁଇବା ଉଚିତ୍ । ଏମିତି ଲୋକ ସହ ସମୟ ବିତାଇବା ଉଚିତ୍, ଯାହା ସହ ସମୟ ବିତାଇଲେ ଖୁସି ମିଳେ ଏବଂ ଶାନ୍ତି ମିଳେ । ପ୍ରିୟଜନଙ୍କ ଭଲପାଇବା ହିଁ ଏକମାତ୍ର ଏପରି ଜିନିଷ ଯାହାକୁ ଆପଣ ଯେଉଁଠିକି ଚାହିଁବେ ସାଥୀରେ ଧରି ନେଇପାରିବେ । ଏହି ଜୀବନରେ ମୋର ଅନେକ ଅନୁଭୂତି ରହିଛି । ମାତ୍ର ମୋତେ ଲାଗୁଛି ଯେଉଁ ସମୟ ସବୁଠାରୁ ବେଶି ମନେରହିବ, ତାହା ହେଉଛି ‘ମୃତ୍ୟୁଶଯ୍ୟା’ । ଆପଣ ପର୍ଯ୍ୟାପ୍ତ ପରିମାଣର ଅର୍ଥ ବିନିଯୋଗ କରି ଗାଡ଼ି ଚାଳକ ଏବଂ ଚାକରବାକର ରଖିପାରନ୍ତି । ମାତ୍ର ଥରେ ମୃତ୍ୟୁ ଶଯ୍ୟାରେ ପଡ଼ିବା ପରେ କେହି ଜଣେ ଯଦି ଆପଣଙ୍କ ସେବା ପୂରା ଶ୍ରଦ୍ଧାର ସହ କରେ, ତାହା ଆପଣ ଟଙ୍କା ଦ୍ୱାରା କିଣିପାରିବେନାହିଁ ।
ଉଲ୍ଲେଖ ଯୋଗ୍ୟ ଯେ, ଷ୍ଟିଭ୍ ଜବ୍ସଙ୍କର ଜନ୍ମ ୧୯୫୫ ମସିହା ଫେବ୍ରୁଆରି ୨୪ ତାରିଖରେ ଆମେରିକାର ସାନ୍ଫ୍ରାନ୍ସିକୋଠାରେ ହୋଇଥିଲା । ୨୦୧୧ ମସିହା ଅକ୍ଟୋବର ୫ ତାରିଖରେ ଆମେରିକାର ପୋଲୋ ଅଲ୍ଟୋରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ନ୍ୟୁରୋଏଣ୍ଡୋକ୍ରିନ୍ ଟ୍ୟୁମର୍ ରୋଗରେ ମୃତ୍ୟୁବରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ