ଆପୋଲୋ କ୍ୟାନସର୍ ସେଂଟର ପକ୍ଷରୁ ଆପୋଲୋ କ୍ୟାସନର କନ୍କ୍ଲେଭ୍ର ସପ୍ତମ ସଂସ୍କରଣ ଆୟୋଜିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆପୋଲୋ କ୍ୟାସନର୍ ସେଂଟର ମୁମ୍ବାଇ ପକ୍ଷରୁ ଆପୋଲୋ କ୍ୟାନସର୍ କନ୍କ୍ଲେଭ୍ର ସପ୍ତମ ସଂସ୍କରଣ ଆୟୋଜନ କରାଯାଇଛି ଯେଉଁଥିରେ ୨୦୦୦ରୁ ଅଧିକ ଅଙ୍କୋଲୋଜିଷ୍ଟ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନଗୁଡ଼ିକର ୪୦୦ରୁ ଅଧିକ ଫାକଲ୍ଟି, କ୍ୟାନସର କେୟାର ବିଶେଷଜ୍ଞ ଓ ଗବେଷକ ଅଂଶଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କ୍ୟାନସର ଚିକିତ୍ସାରେ ହୋଇଥିବା ସଦ୍ୟତମ ଉନ୍ନତି ଓ ନବସୃଜନ ଉପରେ ଆଲୋଚନା କରାଯାଉଛି ।
୨୦୨୪ ନଭେମ୍ବର ୮-୧୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଏହି କନ୍କ୍ଲେଭ୍ ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ପ୍ରଫେସନାଲ୍ମାନଙ୍କୁ ପ୍ୟାନେଲ୍ ଆଲୋଚନା, କର୍ମଶାଳା ଓ ଗବେଷଣା ଉପସ୍ଥାପନାରେ ଯୋଡ଼ି ହେବାର ଏକ ଚମତ୍କାର ସୁଯୋଗ ପ୍ରଦାନ କରୁଛି । ପ୍ରମୁଖ ଓ ଅନ୍ୟାନ୍ୟ ଅଧିବେଶନଗୁଡ଼ିକ ଉଭୟ ପ୍ରତିଷ୍ଠିତ ଓ ଉଦୀୟମାନ କ୍ୟାନସର ଚିକିତ୍ସା ଓ ପରିଚାଳନା ରଣନୀତି ଉପରେ ମୂଲ୍ୟବାନ ଜ୍ଞାନ ପ୍ରଦାନ କରୁଛି ।ସାତ ଅଙ୍ଗ ଜନିତ ବୈଜ୍ଞାନିକ ପଦ୍ଧତି, ୧୦୦ରୁ ଅଧିକ ଅଧିବେଶନ ଏବଂ ଅନେକ ଭାବ ବିନିମୟ ଆଲୋଚନା ସହିତ ଆପୋଲୋ କ୍ୟାନସର କନ୍କ୍ଲେଭ୍ ଅଙ୍କଲୋଜି କ୍ଷେତ୍ରରେ ଏକ ପ୍ରମୁଖ କାର୍ଯ୍ୟକ୍ରମ ଭାବେ ପ୍ରତିଷ୍ଠିତ ହୋଇପାରିଛି । ଅଙ୍କୋଲୋଜି ସ୍ପେସିଆଲିଷ୍ଟଙ୍କ ସ୍ୱାସ୍ଥ୍ୟ କ୍ୟାଲେଣ୍ଡରରେ ଏହା ଏକ ପ୍ରମୁଖ ଘଟଣାରେ ପରିଣତ ହୋଇଛି ।ଇଂଟରନ୍ୟାସନାଲ୍ ଏଜେନ୍ସି ଫର ରିସର୍ଚ ଅନ୍ କ୍ୟାନସର୍ (ଆଇଏଆର୍ସି)ର ନିର୍ଦ୍ଦେଶକ ଡକ୍ଟର ଏଲିସାବେଟି ୱେଡରପାସ୍ କହିଛନ୍ତି ଯେ, “ଆଇଏଆର୍ସିର ୨୦୨୨ ଆକଳନରୁ ଜଣାପଡ଼ିଛି ଯେ ବିଶ୍ୱରେ କ୍ୟାନସର ରୋଗ ଚାପ ୨୦୨୨ରେ ଥିବା ୨୦ ନିୟୁତ ନୂଆ ମାମଲାରୁ ବୃଦ୍ଧି ପାଇ ୨୦୫୦ ସୁଦ୍ଧା ୩୫ ନିୟୁତକୁ ବୃଦ୍ଧି ପାଇବ ଓ ତାହା ମୁଖ୍ୟତଃ ନିମ୍ନ ଓ ମଧ୍ୟମ ଆୟ ବର୍ଗର ରାଷ୍ଟ୍ରଗୁଡ଼ିକୁ ପ୍ରଭାବିତ କରିବ । ଭାରତରେ କ୍ୟାନସର ରୋଗ ଚାପ ୨୦୨୨ର ୧.୪୧ ନିୟୁତ ନୂଆ ମାମଲାରୁ ବୃଦ୍ଧି ପାଇ ୨୦୫୦ ସୁଦ୍ଧା ୨.୬୯ ନିୟୁତ ମାମଲାରେ ପହଂଚିବ ବୋଲି ଆକଳନ କରାଯାଇଛି । ଏଭଳି ଚିନ୍ତାଜନକ ଆକଳନ ଯୋଗୁଁ କ୍ୟାନସର ମହାମାରୀକୁ ରୋକିବା ଲାଗି ପ୍ରତିଷେଧକ ହେଉଛି ପ୍ରମୁଖ ଉପାୟ । ଆପୋଲୋ କ୍ୟାନସର କନ୍କ୍ଲେଭ୍ ୨୦୨୪ ଭଳି କାର୍ଯ୍ୟକ୍ରମ ସ୍ଥାନୀୟ ବିଶେଷଜ୍ଞଙ୍କ ମଧ୍ୟରେ ସଚେତନତା ବଢ଼ାଇବା ଲାଗି ଏକ ମୂଲ୍ୟବାନ ମଂଚ ପ୍ରଦାନ କରୁଛି । ଆଇଏଆର୍ସିରେ ଆମର ଲକ୍ଷ୍ୟ ହେଉଛି ବିଶ୍ୱରେ କମ୍ ଲୋକ ଯେଭଳି କ୍ୟାନସର୍ର ଶିକାର ହେବେ ଏବଂ ସେଥିପାଇଁ ପ୍ରତିଷେଧକ ଓ ଆଗୁଆ ଚିହ୍ନଟ ଲାଗି ପ୍ରତ୍ୟକ୍ଷ ଓ ପ୍ରମାଣ ଭିତିକ ରଣନୀତି ଆବଶ୍ୟକ । ଏହି ରଣନୀତିକୁ ବାଂଟିବା ଓ ଆମର ମିଳିତ ଲକ୍ଷ୍ୟକୁ ସୁଦୃଢ଼ କରିବା ଲାଗି ଏହି କନକ୍ଲେଭ୍ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରୁଛି ।”ଆପୋଲୋ ହସପିଟାଲ ଏଂଟରପ୍ରାଇଜ ଲିମିଟେଡର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଶ୍ରୀମତୀ ପ୍ରେଥା ରେଡ୍ଡୀ କହିଛନ୍ତି ଯେ, “ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଲକ୍ଷ୍ୟରେ ଆପୋଲୋ ହସ୍ପିଟାଲ ପ୍ରତିଷ୍ଠା କରାଯାଇଥିଲା । ନୂତନ ମାନଦଣ୍ଡ, ଉନ୍ନତ ଜ୍ଞାନକୌଶଳ ଏବଂ ଅଭିନବ ଚିକିତ୍ସା ମାଧ୍ୟମରେ କର୍କଟ ଚିକିତ୍ସାରେ ବୈପ୍ଳବିକ ପରିବର୍ତନ ଆଣି ଆମେ ସେହି ପରମ୍ପରାକୁ ଜାରି ରଖିଛୁ, ଯାହା ବ୍ୟାପକ ରୋଗୀଙ୍କ ପାଇଁ ଉତମ ଫଳାଫଳ ସୁନିଶ୍ଚିତ କରୁଛି । ଆପୋଲୋ କ୍ୟାନସର ସେଂଟରରେ ୩୯୦ରୁ ଅଧିକ ଅଙ୍କୋଲୋଜିଷ୍ଟଙ୍କ ସହ ଆମେ ଦୟାଶୀଳ, ରୋଗୀ-କେନ୍ଦ୍ରୀତ ଯତ୍ନ ପ୍ରଦାନ କରୁଛୁ ଯାହା ବିଶ୍ୱସ୍ତରରେ ଶ୍ରେଷ୍ଠ । ଆପୋଲୋ କ୍ୟାନସର କନକ୍ଲେଭର ଉଦଘାଟନ ଭାରତ ଏବଂ ବିଶ୍ୱର ଲୋକଙ୍କ ପାଖରେ ସ୍ୱାସ୍ଥ୍ୟସେବାର ସର୍ବୋଚ୍ଚ ମାନଦଣ୍ଡ ଆଣିବା ପାଇଁ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି ।”ଆପୋଲୋ ହସପିଟାଲ ଏଂଟରପ୍ରାଇଜ୍ ଲିମିଟେଡର ଗ୍ରୁପ୍ ଅଙ୍କୋଲୋଜି ଆଣ୍ଡ ଇଂଟରନ୍ୟାସନାଲର ସଭାପତି ଦିନେଶ ମାଧବନ କହିଛନ୍ତି ଯେ, “ଆମେ ଅଙ୍କୋଲୋଜିର ବିକଶିତ କ୍ଷେତ୍ର ଉପରେ ଗଭୀର ଭାବରେ ଅନୁସନ୍ଧାନ କରୁଥିବା ବେଳେ ବିଶ୍ୱବ୍ୟାପୀ ଉଭା ହେଉଥିବା ଭିତିିଭୂମି ଉଦ୍ଭାବନଗୁଡ଼ିକୁ ସ୍ୱୀକୃତି ଦେବା ଗୁରୁତ୍ୱପୂର୍ଣ୍ଣ । ପ୍ରାରମ୍ଭିକ କର୍କଟ ଚିହ୍ନଟ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହେଉଛି ଏବଂ ଆମର ସୁପ୍ରଶିକ୍ଷିତ ଡାକ୍ତର ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ଆମେ ଅଙ୍କୋଲୋଜି ଦୃଶ୍ୟପଟ୍ଟକୁ ନ୍ରୂଆ ରୂପ ଦେବା ଜାରି ରଖିଛୁ । ଆଜିକାଲି କର୍କଟ ଚିକିତ୍ସାର ଅର୍ଥ ହେଉଛି ବ୍ୟାପକ, ୩୬୦ ଡିଗ୍ରୀ ସହାୟତା ପ୍ରଦାନ କରିବା । କର୍କଟ ପରିଚାଳନା ଓ ଚିକିତ୍ସା କ୍ଷେତ୍ରରେ ବୈଷୟିକ ଉନ୍ନତି ସହିତ ତାଳ ଦେଇ ଆପୋଲୋ କ୍ୟାନସର୍ ସେଂଟର ଏହି ପରିବର୍ତନଶୀଳ ଯାତ୍ରାରେ ଅଗ୍ରଣୀ ହୋଇ ରହିଛି ଏବଂ ୧୪୭ଟି ଦେଶର ୩.୫ ବିଲିୟନ ଲୋକଙ୍କୁ ସେବା ଯୋଗାଉଛି ।”ଆପୋଲୋ ହସପିଟାଲ ନଭି ମୁମ୍ବାଇର ଅଙ୍କୋଲୋଜି ସର୍ଭିସେସ୍ର ନିର୍ଦ୍ଦେଶକ ଡକ୍ଟର ଅନିଲ ଡିକ୍ରୁଜ କହିଛନ୍ତି ଯେ, “ଆପୋଲୋ କ୍ୟାନସର କନ୍କ୍ଲେଭ୍ ବିଶ୍ୱ ଅଙ୍କୋଲୋଜି ସମୁଦାୟ ମଧ୍ୟରେ ଏକ ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମରେ ପରିଣତ ହୋଇଛି ଯେଉଁଥିରେ କର୍କଟ ଚିକିତ୍ସାରେ ପରିବର୍ତନ ଆଣିବା ପାଇଁ ଉତ୍ସର୍ଗୀକୃତ ଚିନ୍ତାଧାରାର ଲିଡର, ଚିକିତ୍ସକ ଏବଂ ଗବେଷକମାନେ ଏକାଠି ହୋଇଛନ୍ତି । ଆମର ଲକ୍ଷ୍ୟ ହେଉଛି ଜ୍ଞାନ ଆଦାନପ୍ରଦାନ ଏବଂ ସହଯୋଗ ମାଧ୍ୟମରେ କର୍କଟ ଚିକିତ୍ସାକୁ ପ୍ରେରଣା, ଚ୍ୟାଲେଞ୍ଜ ଏବଂ ସାମୂହିକ ଭାବେ ଆଗେଇ ନେବା । ଚଳିତ ବର୍ଷ ସଠିକ୍ ଅଙ୍କୋଲୋଜି ଉପରେ ଗୁରୁତ୍ୱ ଦେବା ଦ୍ୱାରା କର୍କଟ ଚିକିତ୍ସା ଦିଗରେ ଅଧିକ ଉପଯୁକ୍ତ, ରୋଗୀ-କେନ୍ଦ୍ରୀତ ପଦ୍ଧତି ଆଡକୁ ପରିବର୍ତନ ହୋଇଛି ଯାହା ଶେଷରେ କର୍କଟ ରୋଗ ସହ ଲଢୁଥିବା ପ୍ରତ୍ୟେକ ରୋଗୀଙ୍କ ଜୀବନର ଗୁଣବତାରେ ଉନ୍ନତି ଆଣିବ ।”