ଆବର୍ଜନା ପୂର୍ଣ୍ଣ ଭୋଟ ଗଣନା କେନ୍ଦ୍ର : ସଫେଇ କଲେ ସାମ୍ବାଦିକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କୁଢକୁଢ ଆବର୍ଜନା ଭିତରେ ଚାଲିଛି ମତଗଣନା । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ବ୍ଲକ ପରିସରରେ କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏଣେତେଣେ ଜମା ହୋଇଛି ପୁଳା ପୁଳା ପଲିଥିନ, ଖାଲି ପାଣିବୋତଲ, ଅଇଁଠାପତ୍ର, ଥର୍ମକୁଲ ଠୋଲା ପ୍ରଭୃତି । ପ୍ରଥମ ଦିନ ମତଗଣନା ପରେ କଲେଜ ପରିସରରେ ଯେଉଁ ଆବର୍ଜନା ଜମା ହେଲା ସେସବୁକୁ ଅନ୍ୟତ୍ର ଉଠାଇ ନେବା ସହ ପରିସ୍କାର ପରିଛନ୍ନତା ପାଇଁ ପ୍ରଶାସନ ପକ୍ଷରୁ କୈାଣସି ବ୍ୟବସ୍ଥା କରାଯାଇନଥିଲା । ଫଳରେ ମତଗଣନାର ଦ୍ୱିତୀୟ ଦିନରେ ପରିବେଶ ଅତ୍ୟନ୍ତ ଅପରିସ୍କାର ହୋଇ ପଡିଥିଲା । ତେବେ ଦ୍ୱିତୀୟ ଦିନ ସକାଳୁ ମିଡିଆ ଗ୍ୟାଲେରୀ ସମେତ ବିଭିନ୍ନ ସ୍ଥାନରେ ଜମା ହୋଇ ରହିଥିବା କୁଢ କୁଢ ଆବର୍ଜନାକୁ ଉପସ୍ଥିତ ସାମ୍ବାଦିକମାନେ ଝାଡୁ କରି ପରିସ୍କାର ପରିଛନ୍ନ କରିଥିଲେ । ମତଗଣନାର ଦ୍ୱିତୀୟ ସନ୍ଧ୍ୟା ସୁଦ୍ଧା ଆବର୍ଜନା ପରିମାଣ ଆହୁରି ବଢି ଯାଇଥିଲା । ବିଭିନ୍ନ ଖାଦ୍ୟ ଷ୍ଟଲ ନିକଟରେ ଅଇଁଠା ପତ୍ର ମଧ୍ୟ ଜମା ହୋଇ ରହିଥିବା ଦେଖିବାକୁ ମିଳିଥିଲା । ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡା କଲେଜ ପରିସରରେ ଭୋଟ ଗଣତି କେନ୍ଦ୍ର କରାଯାଇଛି । ନାନା ଅବ୍ୟବସ୍ଥା ମଧ୍ୟରେ ଦୁଇ ଦିନ ଧରି ଭୋଟ ଗଣତି ଚାଲିଛି । ଏଠାରେ ଡଷ୍ଟବିନ ଟିଏ ନାହିଁ । ଫଳରେ ମତଗଣନା କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀମାନେ ଆବର୍ଜନା ଏଣେତେଣେ ପକାଇବାକୁ ବାଧ୍ୟ ହେଉଛନ୍ତି । ଦୁର୍ଗନ୍ଧ ପୂର୍ଣ୍ଣ ପରିବେଶ ଯୋଗୁଁ ଦାୟୀତ୍ୱରେ ଥରବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସମେତ ଖବର ସଂଗ୍ରହ ପାଇଁ ଉପସ୍ଥିତ ଥିବା ସାମ୍ବାଦିକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏନେଇ ପ୍ରଶାସନର କୈାଣସି ଚିନ୍ତା ନଥିବା ଦେଖାଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ