ଆବର୍ଜନା ଭିତରେ ନଳକୂପ କୁଚିଣ୍ଡା

( ଯୁଗାବ୍ଦ ନ୍ୟୁଜ)ସାଧାରଣ ଲୋକ ଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସରକାର ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି ।ଏହା ସହିତ ନଳକୂଅ ପାଖରେ ପଡ଼ିରହୁଥିବା ମାଇଲା ପଚା ପାଣି ରେ ବିଭିର୍ନ ରୋଗର ଆଶଙ୍କା ରହୁଥିବାରୁ ଏଠାରେ ବ୍ଲିଚିଙ୍ଗ ପାଉଡର ପକାଯାଉଛି । ହେଲେ କୁଚିଣ୍ଡା ବ୍ଲକ, ପାରୁଅଭାଡି ପଞ୍ଚାୟତ, ପତ୍ରାପାଲି ଛକ ରେ ଥିବା ନଳକୂଅ ମଇଳା ପଚା ପାଣି ରେ ବୁଡି ରହିଛି । ପତ୍ରାପାଳି ଛକ ଏକ ଜନଗହଳି ପୂର୍ଣ୍ଣ ସ୍ଥାନ ହୋଇଥିବାରୁ ପାଣି ବୁନ୍ଦା ଏ ପାଇଁ ଲୋକେ ମଇଳା ପଚା ପାଣିରେ ବୁଡିରହିଥିବା ନଳକୂଅ ର ପାଣି କୁ ବାଧ୍ୟ ହୋଇ ବ୍ୟବହାର କରୁଛନ୍ତି । ତେବେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ହୋଇ ପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ