କାଂସ୍ୟ ପଦକ ହାସଲ କଲେ ମାରି କମ
(ଯୁଗାବ୍ଦ ନ୍ୟୁଜ)ଋଷର ଉଲାନ ଉଦେ ସହରରେ ବିଶ୍ୱ ବକ୍ସିଂ ଚାମ୍ପିଆନସିପରେ ଆଜି ୬ ଥରର ଚାମ୍ପିଅନ ବକ୍ସର ଏମସି ମାରିକମ ୫୧ କେଜି ସେମିଫାଇନାଲରେ ପରାସ୍ତ ହୋଇଛନ୍ତି । ସେମିଫାଇନାଲରେ ଦ୍ୱିତୀୟ ରାଉଣ୍ଡରେ ତୁର୍କୀର ବୁସେନାଜ ସାକିରୋଗ୍ଲୁଙ୍କ ଠାରୁ ୧-୪ରେ ପରାସ୍ତ ହେବା ପରେ ମେରିକମ ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ନିଜର ସପ୍ତମ ସ୍ୱର୍ଣ୍ଣ ପଦକ ପାଇବାରୁ ବଂଚିତ ହୋଇଛନ୍ତି । ତେବେ ସେମିଫାଇନାଲରେ ମିଳିଥିବା ପରାଜୟ ପରେ ଭାରତ ମ୍ୟାଚ ରେଫରୀଙ୍କ ନିଷ୍ପତି ବିରୋଧରେ ଅପିଲ କରିଛି । ଫଳରେ ତାଙ୍କୁ କାଂସ୍ୟ ପଦକରେ ସଂତୁଷ୍ଟ ହେବାକୁ ପଡିଛି ।କିଲୋଗ୍ରାମ ଭାରବର୍ଗରେ ୬ ଥର ବିଶ୍ୱ ଚାମ୍ପିଆନ ରହିଥିବା ମାରିକମଙ୍କର ୫୧ କେଜି ବର୍ଗର ବିଶ୍ୱ ଚାମ୍ପିଅନସିପ ପ୍ରତଯୋଗିତାରେ ଏହା ହେଉଛି ପ୍ରଥମ ପଦକ ।


