ଆବାସ ଯୋଜନା ବଣ୍ଟନରେ ଅନିୟମିତତା

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକରେ ଆବାସ ଯୋଜନା ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହେଉଛି । ଅନେକ ମୃତବ୍ୟକ୍ତିଙ୍କୁ ଆବାସ ଯୋଜନା ଘର ପାଉଥିବାବେଳେ ପ୍ରକୃତ ହିତାଧିକାରୀ ବାଦ ପଡିଛନ୍ତି । ଏପରିକି ଅନେକ ଅଯୋଗ୍ୟ ବ୍ୟକ୍ତିଙ୍କୁ ଘର ବଣ୍ଟନ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏହି ଆବାସ ଯୋଜନା ଘର ପ୍ରଦାନ କରିବା ପାଇଁ ୨ବର୍ଷ ପୁର୍ବେ ଘରଘର ବୁଲି ସର୍ଭେ କରାଯାଇଥିଲା । ପ୍ରଥମେ ନିଜ ବ୍ଲକର କର୍ମଚାରୀ ମାନଙ୍କ ଦ୍ୱାରା ସର୍ଭେ କରାଯିବାପରେ କାଳେ କେଉଁଠି ପ୍ରୀୟାପ୍ରତି ତୋଷଣ ହୋଇଥିବ ସେନେଇ ବାହାର ବ୍ଲକରୁ କର୍ମଚାରୀମାନେ ଆସି ପୁନର୍ବାର ସର୍ଭେ କରିଥିଲେ । ଏହି ତାଲିକା ଅନୁସାରେ ଏବେ ଘର ଆବଣ୍ଟନ କରାଯାଉଛି । ଅନେକ ଧନିକ ଶ୍ରେଣୀୟ ଲୋକ ଏହି ଆବାସ ଯୋଜନା ହାତେଇଥିବା ବେଳେ ଅନେକ ଗରିବ ଶ୍ରେଣୀର ପ୍ରକୃତ ଯୋଗ୍ୟ ଲୋକ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହେଉଛି । ପ୍ରଥମ ପର୍ଯ୍ୟାୟରେ ୮ହଜାରରୁ ଉର୍ଦ୍ଧ ହିତାଧିକାରୀଙ୍କୁ ଆବାସ ଯୋଜନା ଘର ବଣ୍ଟନ କରାଯାଉଛି । ପନ୍ଦାଡୋ ପଞ୍ଚାୟତରେ ଜଣେ ବ୍ୟକ୍ତି ଆବାସ ଯୋଜନା ଘର ପାଇଥିବାବେଳେ ଏବେ ତାର ସ୍ତ୍ରୀ ନାମରେ ଆବାସ ଯୋଜନା ଘର ଦିଆଯାଇଛି । ଉକ୍ତ ମହିଳାଙ୍କ ସ୍ୱାମୀଙ୍କ ନାମ ସ୍ଥାନରେ ବାପାଙ୍କ ନାମ ଲେଖାଯାଇ ଆବାସ ଯୋଜନାରେ ସାମିଲ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ସେହିପରି ନନ୍ଦିପଦା ଗ୍ରାମର ଚୈତନ ଦାସଙ୍କର ୬ବର୍ଷ ତଳୁ ମୃତୁ୍ୟ ଘଟିଥିବାବେଳେ ଆବାସ ଯୋଜନା ତାଲିକାର ୩୨ନମ୍ବର କ୍ରମିକ ସଂଖ୍ୟାରେ ତାଙ୍କ ନାମ ଉଲେଖ ରହିଛି । ସେହିପରି ସୁବର୍ଣ୍ଣା ଦାସ ତିନିବର୍ଷ ତଳୁ ମୃତୁ୍ୟବରଣ କରିଥିବାବେଳେ ତାଙ୍କ ନାମ ତାଲିକାରେ ରହିଛି । ଖାଲି ଏହି ଦୁଇତିନିଜଣ ନୁହଁନ୍ତି ଅନେକ ଅଧିକାଶଂ ପଞ୍ଚାୟତରେ ଏପରି ଅନେକ ଅନେକ ଅଭିଯୋଗ ଆସୁଛି । ଡଅଁର ପଞ୍ଚାୟତରେ ଅନେକ ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇଥିବାବେଳେ ଅନେକ ଧନିକ ଶ୍ରେଣୀୟ ଓ ପୁର୍ବରୁ ଦୁଇ ମହଲା ତିନି ମହଲା ଘର ଥିବା ଲୋକମାନେ ଏଥର ମଧ୍ୟ ଆବାସ ଯୋଜନାରେ ସାମିଲ ହୋଇ ପ୍ରଥମକିସ୍ତି ପାଇଥିବା ଅଭିଯୋଗ ହୋଇଛି । ସେହିପରି ଆବାସ ଯୋଜନା ଅନୁଦାନ ଯୋଗାଇଦେବାପାଇର୍ ବ୍ଲକ ପକ୍ଷରୁ ସମସ୍ତଙ୍କ ଏକାଉଣ୍ଟ ନମ୍ବର ଓ ଆଧାର ନମ୍ବର ।ନଇଥିଳେ ବି ଏବେ ଶହଶହ ହିତାଧିକାରୀଙ୍କ ଟଙ୍କା ଭିନ୍ନ ଭିନ୍ନ ଏକାଉଣ୍ଟକୁ କିପରି ଯାଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାହାକୁନେଇ ପ୍ରତିଦିନ ଶହାହ ଲୋକ ବ୍ଲକରେ ରୁଣ୍ଡ ହୋଇ ଏ ଅଫିସରୁ ସେ ଅଫିସ ହେଉତôବା ଦେଖିବାକୁ ମିଳିଛି । ହାଟ ଡିହି ବ୍ଲକର ବିଡିଓ ଏବଂ ଆନନ୍ଦପୁର ଉପଜିଲ୍ଲାପାଳ ଏହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ