ଆଭା ପ୍ରସ୍ତୁତିରେ କଳିଗାଁ ସ୍ୱାସ୍ଥ୍ୟ ଉପକେନ୍ଦ୍ର ପ୍ରଥମ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଡିଜିଟାଲ ଇଣ୍ଡିଆ ଜରିଆରେ ପ୍ରତ୍ୟେକ ଅଧାରକାର୍ଡ ଧାରୀଙ୍କୁ ମିଳିତ ସ୍ୱତନ୍ତ୍ର ସ୍ୱାସ୍ତ୍ୟ ପରିଚୟପତ୍ର ଆୟୁସ୍ମାନ ଭାରତ ହେଲପ ଆକାଉଣ୍ଟ (ଆଭା) । ଓଡିଶାରେ ଆଭା କାର୍ଡ ପ୍ରସ୍ତୁତି ପାଇଁ ଗତ ଡିସେମ୍ବର ମାସରେ ଏକ ମାସଧରି ଏହି ଅଭିଯାନ କରାଯାଇଥିଲା । ଏଥିରେ ସମସ୍ତ ଆଶା, ସ୍ୱାସ୍ଥ୍ୟକର୍ମୀ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସାମିଲ ହୋଇ ହାଟଡିହି ବ୍ଲକରେ ୧୧ହଜାର କାର୍ଡ ପ୍ରସ୍ତୁତି ପାଇଁ ଲକ୍ଷଧାର୍ଯ୍ୟ ହୋଇଥିବାବେଳେ ମୋଟ ୪୪ହଜାର ଆଭା ଆଇ.ଡି ପ୍ରସ୍ତୁତ କରାଯାଇଥିଲା । ସାରା ଜିଲ୍ଲାରେ କଳିଗାଁ ସ୍ୱାସ୍ଥ୍ୟଉପକେନ୍ଦ୍ର ପ୍ରଥମ ସ୍ଥାନରେ ରହିଥିବାବେଳେ ଢ଼େଙ୍କା ଦ୍ୱିତୀୟ ଓ ଡଅଁର ଉପସ୍ୱାସ୍ଥ୍ୟକେନ୍ଦ୍ର ତୃତୀୟସ୍ଥାନ ହାସଲ କରିଛି । ଏଥିପାଇଁ କେନ୍ଦୁଝରର ସଂସ୍କୃତି ଭବନରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସାଗରୀକା ସାହୁ, ଡିଏଫ.ଓଏଚ. ଧନରାଜ ଏଚ.ଡି , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. କିଶୋର ପୃଷ୍ଟି, ମ୍ୟାଲେରିଆ ଅଧିକାରୀ ଡ.ଦେବେନ ଦାସଙ୍କ ଉପସ୍ଥିତିରେ ସ୍ୱାସ୍ତ୍ୟ ଉପକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ସୁଶାନ୍ତ ଘଡେଇ, ସୁନନ୍ଦା ନାୟକ, ସତ୍ୟଜିତ ସାହୁ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସ୍ନେହମୟୀ ମିଶ୍ର, ମୌସୁମୀ ମହାନ୍ତ, ଇତିଶ୍ରୀ ଧଳ ପ୍ରମୁଖଙ୍କୁ ଟ୍ରଫି, ମାନପତ୍ର ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିପାଇଁ ସମସ୍ତ କର୍ମଚାରୀ, ଆଶାକର୍ମୀ ମାନଙ୍କୁ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଭାତ ନାୟକ ଶୁଭେଚ୍ଛା ଜଣାଇଛନ୍ତି ।