ମା କୁ ଆକ୍ରମଣ କଲାବେଳେ ଧରି ପୁଅକୁ ପୋଲିସ ଜିମା ଦେଲେ ଗ୍ରାମବାସୀ

ହାଟଡିହି (ଓ୍ବାଇଏନଏସ): ପୁଅ ଟିଏ ପାଇବା ପାଇଁ ବାପା ମା କେତେ ପ୍ରକାର ଠାକୁରଙ୍କୁ ଡାକନ୍ତି। କେତେ କଣ ପୂଜାର୍ଚ୍ଚନା ଏବଂ ଓଷା ବ୍ରତ ବି କରିଥାନ୍ତି। ହେଲେ ସେହି ପୁଅ ଯେ ଭବିଷ୍ୟତରେ ସେମାନଙ୍କ ପାଇଁ ଶତ୍ରୁ ପାଲଟିବ ଏହା କେବେ ଭାବି ନଥାନ୍ତି। ଯାହା ଘଟିଛି ଆନନ୍ଦପୁର ଉପଖଣ୍ଡ ସୋସୋ ଗ୍ରାମରେ। ଗ୍ରାମର ଜଣେ ଯୁବକ ମା କୁ ଆଜି ପିଟାମରା କରୁଥିଲା। ଏହା ଦେଖି କିଛି ପଡୋଶୀ ଯାଇ ମା କୁ ରକ୍ଷା କରିବାକୁ ଯିବାରୁ ପୁଅ ଏକ ଧାରୁଆ କତା ଧରି ଗାଁ ଲୋକଙ୍କୁ ଗୋଡ଼ାଇ ଥିଲା।  ଗ୍ରାମବାସୀ ମାନେ ପୁଅକୁ କାବୁ କରି ହାତକୁ ବାନ୍ଧି ପକାଇ ସୋସୋ ପୋଲିସକୁ ଡାକିଥିଲେ।  ସୋସୋ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପୋଲିସକୁ ଜିମା ଦେଇଛନ୍ତି। ପୁଅ ଅନେକ ନିର୍ଯ୍ୟାତନା ଦେବାରୁ ବାପ ମା ଘର ଛାଡି ଅନ୍ୟତ୍ର ସୋସୋ କଲେଜ ଛକରେ ରହୁଥିବା ବେଳେ ବାରମ୍ବାର ପିଟାମରା କରି ଜୀବନରୁ ମାରି ଦେବାକୁ ଧମକ ଦେଉଥିବା ବାପ ସୁକାନ୍ତ ନାୟକ ସୋସୋ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ପୁଅକୁ ଅଟକ ରଖି ତଦନ୍ତ ଚଳାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ