ଆଭ୍ୟନ୍ତରିଣ ରାସ୍ତା ନିର୍ମାଣରେ ମହାଦୁର୍ନୀତି ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପକ୍ଷରୁ ମହାବିଦ୍ୟାଳୟର ଆଭ୍ୟନ୍ତରିଣ ରାସ୍ତା ନିର୍ମାଣରେ ମହାଦୁର୍ନୀତି ହୋଇଥିବା ନେଇ ପୁରାତନ ଛାତ୍ରମାନେ ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବଙ୍କ ନିକଟରେ ଅଭିଯୋଗ କରିବା ସହିତ ଏହି ଦୁର୍ନୀତିର ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ କରାଯିବାକୁ ଦାବି କରିଛନ୍ତି । ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ବାଳକ ଛାତ୍ରାବାସ ପଛ ପାଶ୍ୱର୍ରୁ ପଦାର୍ଥ ବିଜ୍ଞାନ ବିଭାଗ ସମ୍ମୁଖ ଦେଇ ମହାବିଦ୍ୟାଳୟର ମୁଖ୍ୟ ବିଲଡିଂ ପର୍ଯ୍ୟନ୍ତ ଓ ସେଠାରୁ ଭୁଗୋଳ ବିଭାଗ ଦେଇ ମୁଖ୍ୟ ବିଲଡିଂର ସମ୍ମୁଖ ଭାଗ ପର୍ଯ୍ୟନ୍ତ ନିର୍ମାଣ କରାଯାଇଥିବା ସିମେଣ୍ଟ କଂକ୍ରୀଟ ରାସ୍ତାଟି ଅତ୍ୟନ୍ତ ନିମ୍ନମାନର ହୋଇଥିବା ବେଳେ ସେହି ନିର୍ମାଣ କାର୍ଯ୍ୟନିମନ୍ତେ ୫୧ଲକ୍ଷରୁ ଅଧିକ ଅର୍ଥ ଉଠାଇ ନିଆଯାଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ସେଠାରେ ସିମେ ଣ୍ଟଣ୍ଟ କଂକ୍ରୀଟ ରାସ୍ତା ନଥିଲେ ମଧ୍ୟ ସିସିରୋଡ ଡିସମେଣ୍ଟାଲିଙ୍ଗ ବାବଦକୁ ଲକ୍ଷାଧିକ ଟଙ୍କା ବିଲ କରି ନିଆଯାଇଥିବା ଅଭିଯୋଗ ହୋଇଛି । ଏଥିସହିତ ସେହି ରାସ୍ତାଟି ୬ଇଞ୍ଚର ମୋଟେଇ କରାଯାଇନଥିବା ବେଳେ ରାସ୍ତା ନିର୍ମାଣରେ ବାଲି, ସିମେଣ୍ଟ ଏବଂ ଚିପ୍ସର ଭାଗରେ ବହୁ ହେରଫେର କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ସେହି ରାସ୍ତା ନିର୍ମାଣ ପରେ କୈାଣସି ଟେକନିକାଲ ବ୍ୟକ୍ତି ରାସ୍ତାର ମେଜରମେଣ୍ଟ ବା ବିଲ ପ୍ରସ୍ତୁତ କରିନାହାନ୍ତି ବା କାର୍ଯ୍ୟ ସମାପ୍ତ ପରେ ରିବାଉଣ୍ଟ ଟେଷ୍ଟ କରାନଯାଇ ୫୧ଲକ୍ଷରୁ ଅଧିକ ଅର୍ଥ ପେମେଣ୍ଟ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏତଦବ୍ୟତିତ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯିବା ଉଦେଶ୍ୟରେ ୫ହଜାର ଟଙ୍କା ବ୍ୟୟରେ ମାତ୍ର ୫୦ଟି ଚାରା ଗଛ କିଣାଯାଇଥିବା ବେଳେ ସେବାବଦକୁ ୪୦ହଜାର ଟଙ୍କା ଖର୍ଚ୍ଚ କରାଯାଇଥିବା ଦର୍ଶାଯାଇଛି । ପୁଣି କିଛିଦିନ ତଳେ କଲେଜ ପରିସରରେ ନୂତନ ଏକାଡେମିକ ବିଲଡିଂ ଗାନ୍ଧୀ ଭବନ ଉଦଘାଟନ ହୋଇଥିବା ବେଳେ ସେହି ଉତ୍ସବରେ ୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଇ ମିଥ୍ୟା ବିଲ କରିନେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏସମସ୍ତ ଘଟଣାର ଭିଜିଲାନ୍ସ ବିଭାଗ ଦ୍ୱାରା ବିଧିବଦ୍ଧ ତଦନ୍ତ କରାଯିବାକୁ ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବଙ୍କ ନିକଟରେ ମହାବିଦ୍ୟାଳୟର ପୁରାତନ ଛାତ୍ର ପରମାନନ୍ଦ ମହାରଣା, ସତ୍ୟରଞ୍ଜନ ସେନାପତି, ଦୈତାରୀ ସେଠୀ, ବାନାମ୍ବର ସାହୁ, ପ୍ରଦୀପ ସାହୁ, ଅଭିନାଶ ମଲିକ, ଚିନ୍ମୟ ବଳ, ବରଦାପ୍ରସନ୍ନ ମହାନ୍ତି, ମଳୟରଞ୍ଜନ ପରିଡା, ଶରତ ସିଂ, ବିଶ୍ୱଜିତ ଦାସ, ମନୋରଞ୍ଜନ ପାତ୍ର ପ୍ରମୁଖ ଲିଖିତ ଅଭିଯୋଗ କରି ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ