ଆମପାଣି ଘାଟି ରେ ମାଓ ବିରୋଧୀ ପୋଷ୍ଟର
କଳାହାଣ୍ଡି:ନବରଙ୍ଗପୁର ଜିଲ୍ଲାର ସୀମାନ୍ତ ଜାତୀୟ ରାଜପଥ ୨୬ ଆମପାଣି ବିରିମୁହାଁଣ ଛକ ନିକଟରେ ଲାଗିଛି ମାଓ ବିରୋଧୀ ପୋଷ୍ଟର, ସଚେତନ ନାଗରିକ ମଞ୍ଚ ଓ ବିଶ୍ୱ ଆରୋଗ୍ୟ ଚେତନା ସମିତି ଉଲ୍ଲେଖ ଥିବା ଏହି ପୋଷ୍ଟର ରେ ବର୍ତ୍ତମାନ ଦେଖାଦେଇଥିବା କରୋନା ଯୋଗୁ ଅନ୍ୟ ରାଜ୍ୟ ସୀମାନ୍ତ ରେ ଥିବା ମାଓବାଦୀ ମାନେ ଏହି ଅଞ୍ଚଳ କୁ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ମାଓବାଦୀ ଙ୍କୁ କରୋନା ସଂକ୍ରମଣ ଥିବା ଲେଖା ଯାଇଛି ଏଣୁ ସେମାନଙ୍କୁ କୌଣସି ସାହାର୍ଯ୍ୟ କିମ୍ୱା ଖାଦ୍ୟ ସାମଗ୍ରୀ ନଦେବାକୁ ଅନୁରୋଧ କରିବା ସହ ସେମାନଙ୍କ ସଭା ସମିତି ରେ ଯୋଗ ନ ଦେବାକୁ ପରାମର୍ଶ , ସେମାନଙ୍କ ସଂସ୍ପର୍ଶରେ ଆସିବାକୁ ବାରଣ କରାଯାଇଛି, ଏହା ବ୍ୟତୀତ ସଚେତନ ନାଗରିକ ମଞ୍ଚ ମାଓବାଦୀ ଙ୍କୁ ମୁଖ୍ୟ ସ୍ରୋତ ରେ ମିଶିବା ସହ କରୋନା ଆକ୍ରାନ୍ତ ଲକ୍ଷଣ ଥିଲେ ପୋଲିସ ରେ ଆତ୍ମ ସମର୍ପଣ କରି ପୋଲିସ ପ୍ରଶାସନ ନିକଟରେ ଆତ୍ମ ସମର୍ପଣ କରି ନିଜ ଜୀବନ କୁ ରକ୍ଷା କରିବା ସହ ମୁଖ୍ୟଧାରା ରେ ମିଶିବାକୁ ପୋଷ୍ଟାର ରେ ଉଲ୍ଲେଖ ରହିଛି ଆମପାଣି ପୋଲିସ ଥାନା ଅଧିକାରୀ ପୁଷ୍ପାଞ୍ଜଳି ନିଙ୍ଗି ଙ୍କୁ ଏନେଇ ପଚାରିବାରୁ ପୋଷ୍ଟାର ମାରିଥିବା ଘଟଣା ସତ ତେବେ ଏହା କିଏ ମାରିଛି ଓ କେଉଁ ଉଦ୍ଦେଶ୍ୟ ନେଇ ମାରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ତଦନ୍ତ ଚାଲିଛି ବୋଲି କହିଛନ୍ତି