ଆମାଜନ୍ ପକ୍ଷରୁ ବିଦେଶୀ ପୁଞ୍ଜି ନିବେଶ ଏବଂ କାରବାର ବୃଦ୍ଧିଯୋଜନା
ଆମାଜନ୍ ପକ୍ଷରୁ ବିଦେଶୀ ପୁଞ୍ଜି ନିବେଶ ଏବଂ କାରବାର ବୃଦ୍ଧିର ଯୋଜନା କରାଯାଇଛି । ଏହା ଅନ୍ତର୍ଜାତୀୟସ୍ତର ବ୍ରାଣ୍ଡ୍ ଦ୍ୱାରା ଭାରତରେ ବିଦେଶୀ ପୁଞ୍ଜି ନିବେଶ ବୃଦ୍ଧି କରାଇବାକୁ ପ୍ରୟାସ ଜାରି ରଖିଛି । ଭାରତରେ ପୁଞ୍ଜି ନିବେଶ ପ୍ରକିୟା ନ୍ୟାସନାଲ୍ ଇନଭେଷ୍ଟମେଂଟ୍ ପ୍ରମୋଶନ ଆଣ୍ଡ୍ ଫାସିଲିଟେଶନ୍ ଏଜେନ୍ସି ଦ୍ୱାରା ସମ୍ପନ୍ନ ହୋଇଥାଏ । ଏହା ବିଦେଶୀ ନିବେଶକଙ୍କ ସହାୟତାରେ ଦେଶରେ ପୁଞ୍ଜି ନିବେଶର ଉଦ୍ୟମ କରିଥାଏ । ଏହା ଅନ୍ତର୍ଗତ ଆମାଜନ ନିବେଶ ଧାରା ବୃଦ୍ଧି ପାଇଁ ନୂତନ ଯୋଜନା ଉପରେ ଲକ୍ଷ୍ୟ ରଖାଯାଇଛି । ମେଡ୍ ଇନ୍ ଇଣ୍ଡିଆ ଯୋଜନା ଅନ୍ତର୍ଗତ ଆମାଜନ ଭାରତୀୟ ବ୍ରାଣ୍ଡ୍କୁ ଇ-କମର୍ସ ଏକ୍ସପୋର୍ଟ ଦ୍ୱାରା ଅନ୍ତର୍ଜାତୀୟ ବଜାରରେ ଉପଲବ୍ଦ କରାଇବାର ପ୍ରୟାସ ଜାରି ରଖିଛି । ଏନେଇ ୨୦୧୯ ଜୁନ୍ ୨୦ରେ ସିଙ୍ଗାପୁରରେ ଏକ ଆଡଭାଇଜରି ସମ୍ମିସଳନୀ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଭାରତ ଯୋଗଦେଇ ନିବେଶର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲା । ଏଥିରେ ୧୦୦ରୁଅଧିକ ବ୍ରାଣ୍ଡ୍ ଯୋଗଦେଇଥିଲେ । ଏହା ସହିତ ଡିଜିଟାଲ ମାର୍କେଟିଂ ଦ୍ୱାରା କିପରି ବିକାଶ ଧାରା ଅବ୍ୟାହତ ରହିବ ତାହା ଏହି ସମ୍ମିଳନୀରେ ଆଲୋଚନା ହୋଇଥିଲା । ଏହା ସହିତ ଭାରତରେ ରିଟେଲ ଏବଂ ଆଭାଇଜରି ସର୍ଭିସ୍ କ୍ଷେତ୍ରରେ ଉପୁଜୁଥିବା ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହି ଅବସରରେ ଇନଭେଷ୍ଟ ଇଣ୍ଡିଆ ସିଇଓ ତଥା ପାରିଚାଳନା ନିର୍ଦ୍ଦେଶକ ଦୀପକ୍ ବାଗଲା କହିଲେ, ଆମାଜନ ରଏହି ପ୍ରୟାସ ଦ୍ୱାରା ଭାରତ ବିଶ୍ୱସ୍ତରରେ କାରବାର କରିବାକୁ ସକ୍ଷମ ହେବ । ଏହା ଭାରତୀୟ ଉଦ୍ୟୋଗଗୁଡ଼ିକ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ । ଯୋଜନାବଦ୍ଧ ମାର୍କେଟ ନୀତି, ନିୟାମକ ତଥା ଆଡଭାଇଜରି ଏ କ୍ଷେତ୍ରରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ । ଏହି ଅବସରରେ ଆମାଜନ ଇଣ୍ଡିଆ ସେଲର୍ ସର୍ଭିସ୍ ଉପସଭାପତି ଗୋପାଳ ପିଲାଇ କହିଲେ, ଭାରତରେ ନିବେଶ ବୃଦ୍ଧି ପାଇଁ ଆମର ନିରନ୍ତର ପ୍ରୟାସ ଜାରି ରହିଛି । ଏନେଇ ଆମେ ସର୍ଭିସ୍ ପ୍ରୋଭାଇଡର ଏବଂ ନେଟ୍ୱାର୍କକୁ ସମ୍ପ୍ରସାରଣ କରିବାର ଯୋଜନା କରିଛୁ । ଏହାଦ୍ୱାରା ଦେଶର ଆର୍ଥିକ କ୍ଷେତ୍ର ବେଶ୍ ସୁଦୃଢ଼ ହେବା ସହିତ ଭାରତୀୟ ଉଦ୍ୟୋଗୀ ଉପକୃତ ହୋଇପାରିବେ ।


