ଆମାଜନ୍ ପକ୍ଷରୁ ବିୟୁଟି ପରାମର୍ଶ
ନୂଆଦିଲ୍ଲୀ, (ଏଜେନ୍ସି): ମହିଳାଙ୍କ ବିୟୁଟି ଏବଂ ସ୍କିନ୍ କେୟାର ପାଇଁ ଆମାଜନ ବିୟୁଟି ଆଣ୍ଡ୍ ଲକ୍ଜ୍ୟୁରୀ କଣ୍ଟେଟ ମୁଖ୍ୟ ସୋବିୟା ମୋଗୁଲ ୫-ଷ୍ଟେପ୍ ଏବଂ ୧୦ ଷ୍ଟେପ୍ ସ୍କିନ୍ କେୟାର ରୁଟିନ୍ ପ୍ରସ୍ତୁତ କରିଛନ୍ତି । ଏହାକୁ ଦୈନନ୍ଦିନ ରୁଟିନ୍ରେ ଅନ୍ତର୍ଭୁକ୍ତ କଲେ ସ୍କିନ୍ରେ ଉଜ୍ୱଳତା ବୃଦ୍ଧି ପାଇଥାଏ । ତ୍ୱଚାକୁ ସୂର୍ଯ୍ୟ କିରଣ ପ୍ରଭାବରେ ସୃଷ୍ଟି ରୁକ୍ଷତାରୁ ମୁକ୍ତ କରିବା ପାଇଁ କେତେକ ପରାମର୍ଶ ଦିଆଯାଇଛି । ସୂର୍ଯ୍ୟ କିରଣ ତ୍ୱଚାରେ ଡଲ୍ ନେସ୍ ଏବଂ ରିଙ୍କଲ ସୃଷ୍ଟି କରିଥାଏ । ସେଥିପାଇଁ ଲାକ୍ମୀର ସନ୍ ଏକ୍ସପର୍ଟ ଏସ୍ପିଏଫ୍-୩୦ ବ୍ୟବହାର କଲେ ଏହା ତ୍ୱଚାର ଆଦ୍ରତାକୁ ବଜାୟ ରଖିବା ସହିତ ବେଶ୍ ସଫଳତା ପ୍ରଦାନ କରିଥାଏ । ସେହିପରି କାମ ଆୟୁର୍ବେଦିକ୍ ପ୍ୟୁର୍ ରୋଜ୍ ୱାଟର ପ୍ଲମ୍ ଗ୍ରୀନ୍ ଟି ରିଭାଇଟାଲଜିଂ ଫେସ୍ ମିଷ୍ଟ ବ୍ୟବହାର ଦ୍ୱାରା ସ୍କିନ୍ର ଉପଯୁକ୍ତ ଯତ୍ନ ନେବା ସମ୍ଭବ ହୋଇଥାଏ । ଶୋଇବା ପୂର୍ବରୁ ଏହାର ଉପଯୋଗ କଲେ ବେଶ୍ ସଫଳତା ମିଳିଥାଏ । ବାୟୋଟିକ୍ ବାୟୋ ଡାଣ୍ଡେଲିୟନ୍ ଭିଜିବୁଲ୍ ଏଜ୍ ଲେସ୍ ସିରମ୍, ଲାକ୍ମୀ ଆବସଲ୍ୟୁଟ୍ ଆରଗନ ଅଏଲ୍ ରେଡିଆନ୍ସ୍ ସିରମ୍ ଏବଂ ଲିଓସିଟାନ୍ ଇମୋରାଟାଇଲ୍ ରିସେଟ୍ ସିରମ୍ ବ୍ୟବହାର ଦ୍ୱାରା ସ୍କିନ୍ କୋମଳ ରହିଥାଏ । ଏଥିସହିତ ଏହାର ଉଜ୍ୱଳତା ବଢ଼ିଥାଏ । ଫରେଷ୍ଟ ଏସେନସିଆଲ୍ ଲାଇଟ୍ ହାଇଡ୍ରେଟିଂ ଜେଲ୍, ଲିଓସିଟାଡ଼୍ ବ୍ଲାନଚି ଇଲ୍ୟୁମିନେଟିଂ ଆଇ କେୟାର ଆଣ୍ଡ୍ ମାକ୍ସ୍ ବ୍ୟବହାର ଦ୍ୱାରା ରିଙ୍କଲ୍ ହଟିବା ସହିତ ତ୍ୱଚାର ଉଜ୍ୱଳତାରେ ବୃଦ୍ଧି ହୋଇଥାଏ । ଏହା ଏଜିଂ ସମସ୍ୟାକୁ ଦୂର କରିଥାଏ ।