ଆମାଜନ୍ ପ୍ରାଇମ୍ ମ୍ୟୁଜିକ୍ରେ ମିକ୍ସ ଟେପ୍ ଏପିସୋଡ-୬
ନୂଆଦିଲ୍ଲୀ, (ଏଜେନ୍ସି): ଅଗ୍ରଣୀ ଅନଲାଇନ୍ ସଂସ୍ଥା ଆମାଜନ୍ ଇଣ୍ଡିଆ ପକ୍ଷରୁ ଏହାର ପ୍ରାଇମ୍ ସଦସ୍ୟଙ୍କ ପାଇଁ ଖ୍ୟାତି ସମ୍ପନ୍ନ କଳାକାର ଜୁବିନ୍ ନ୍ୟୁଟିଆଲ ଏବଂ ଶିର୍ଲେ ସେତିଆଙ୍କଙ୍କ ଟି-ସିରିଜ୍ ମିକ୍ସ୍ ଟେପ୍ ଏପିସୋଡ଼-୬ ଉପଲବ୍ଧ ହେଉଛି । ଏଥିରେ ଅତି ମାର୍ମିକ ଗୀତଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହା ଆମାଜନ୍ ପ୍ରାଇମ୍ ମ୍ୟୁଜିକ୍ରେ ଉପଲବ୍ଧ ହେଉଛି । ଏଥିରେ ମୁଭି ରବତାର ଇକବାରି ଗୀତ, ରକ୍ ଅନ୍ର ତୁମ୍ ହୋତୋ ଓ ମୁଭି ରକ୍ ଷ୍ଟାର ନାଦେନ ପରିନ୍ଦେ ଆଦି ଗୀତ ସାମିଲ୍ କରାଯାଇଛି । ଏଥିରେ ଜାଇଲୋଫୋନ୍ ଏବଂ ହାରମୋନିୟମ୍ର ଶ୍ରୁତି ମଧୁର ଧ୍ୱନୀକୁ ଅନ୍ତର୍ଭୁକ୍ତ କରାଯାଇଛି । ଏଥିରେ ଜୁବିନ୍ ନ୍ୟୁଟିଆଲ, ଅଭିଜିତ୍ ଭେଗ୍ହାନୀ ଏବଂ ଶିର୍ଲେ ସେତିଆଙ୍କ କଣ୍ଠଦାନ କରିଛନ୍ତି । ଏଥିରେ ଡ୍ରମ୍, ବାସ୍ ଗିଟାର, ଇଲେକ୍ଟ୍ରିକ୍, ଆକ୍ୱାଷ୍ଟିକ୍, କି ଓ ପିଆନୋ ଆଦିକୁ ଅନ୍ତର୍ଭୁକ୍ତ କରାଯାଇଛି ।