ଆମେରିକାରେ ଓଡ଼ିଆ ବୈଜ୍ଞାନିକ ହରିକୃଷ୍ଣ ବିଷୋୟୀ ସମ୍ବର୍ଦ୍ଧିତ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକ ଅନ୍ତର୍ଗତ ଲୋକନାଥପୁର ଗ୍ରାମାର ଡ଼କ୍ଟର ହରିକୃଷ୍ଣ ବିଷୋୟୀ ଆମେରିକାର କେଣ୍ଟ ଷ୍ଟେଟ ବିଶ୍ୱବିଦ୍ୟାଳୟର ଆଡଭାନ୍ସ ମେଟେରିଆଲ ଏଣ୍ଡ ଲିକ୍ୟୁଡ଼ କ୍ରିଷ୍ଟାଲ ଇନଷ୍ଟିଚ୍ୟୁଟରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଛନ୍ତି । ଡ଼. ବିଷୋୟୀ ୨୦୧୯ ମସିହା ପାଇଁ ବିଶ୍ବରେ ଦୁଇ ପ୍ରତିଶତ ବୈଜ୍ଞାନିକ ଭାବେ ମାନ୍ୟତା ହାସଲ କରି କେଣ୍ଟ ଷ୍ଟେଟ ବିଶ୍ୱବିଦ୍ୟାଳୟ ସହ ଆମ ଓଡ଼ିଶା ପାଇଁ ଗୌରବ ଆଣିପାରିଛନ୍ତି । ଏହି ଉପଲକ୍ଷେ କେଣ୍ଟ ଷ୍ଟେଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡ଼କ୍ଟର ହରିକୃଷ୍ଣ ବିଷୋୟୀଙ୍କୁ ଗତ ଅକ୍ଟୋବର ୭ ତାରିଖ ଦିନ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀ ବିଷୋୟୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ୨୦୦୩ ମସିହାରେ ରସାୟନ ବିଜ୍ଞାନ ସ୍ନାତକୋତ୍ତର ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଉତ୍ତୀର୍ଣ୍ଣ ହୋଇଥିଲେ । ଗବେଷଣା ପରେ ୨୦୧୦ରେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ପିଏଚଡ଼ି ପାଇ ଡକ୍ଟରେଟ ଉପାଧି ପାଇଥିଲେ। ୨୦୧୧ ରେ ଆଡଭାନ୍ସ ମେଟେରିଆଲ ଏଣ୍ଡ ଲିକ୍ୟୁଡ଼ କ୍ରିଷ୍ଟାଲ ଇନଷ୍ଟିଚ୍ୟୁଟରେ ଯୋଗଦେଇ ବର୍ତ୍ତମାନ ସିନିୟର କେମିଷ୍ଟି ଭାବେ କାର୍ଯ୍ୟରତ ଅଛନ୍ତି। ସେ ବୁଗୁଡା ବ୍ଲକ ଲୋକନାଥପୁର ଗ୍ରାମର ଦେବରାଜ ବିଷୋୟୀ ଓ କମଳା ବିଷୋୟୀଙ୍କ ପୁତ୍ର ଓ ବୁଗୁଡା ସହର ନିବାସୀ ଗଙ୍ଗାଧର ବିଷୋୟୀଙ୍କ ଜାମାତା ଅଟନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ