ଆମେରିକାରେ ୨୪ ଘଣ୍ଟାରେ ୨୪୦୦ରୁ ଅଧିକ ଜୀବନ ନେଲା କରୋନା
ନୂଆଦିଲ୍ଲୀ : ଚୀନରୁ ସୃଷ୍ଟି ହୋଇଥିବା ଏହି କରୋନା ଭାଇରସ ସମଗ୍ର ବିଶ୍ୱକୁ କବଳିତ କରିଛି। ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟ୍ର ଆଜି ଏହି ଭାଇରସ ପାଇଁ ଭୀତତ୍ରସ୍ତ । ଗତ ଚବିଶ ଘଣ୍ଟାରେ ଆମେରିକାରେ ପ୍ରାୟ ୨୫୦୦ ଲୋକ ମୃତ୍ୟୁବରଣ କରିଥିବାର ଜଣାପଡିଛି । ଦେଶରେ ମୃତ୍ୟୁସଂଖ୍ୟା ୨୮ ହଜାର ୫୨୯ରେ ପହଞ୍ଚିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୬,୪୪,୦୮୯ ଛୁଇଁଛି । କରୋନା ଯୋଗୁ ଆମେରିକାର ନ୍ୟୁୟର୍କ ସିଟି ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୭୮୬ ଜଣ ପ୍ରାଣ ହରାଇଛନ୍ତି। ନ୍ୟୁୟର୍କ ପରେ ନ୍ୟୁର୍ଜସି, ମିଚଗାନ୍, କାଲିଫର୍ଣ୍ଣିଆ, ଫ୍ଲୋରିଡା, ଲୋଉସିଆନ୍, ଟେକ୍ସାସ, ଜର୍ଜିଆ, ଓ୍ବାଶିଂଟନ୍ ଓ ଇଣ୍ଡିଆନା ଭଳି ସ୍ଥାନରେ ମଧ୍ୟ କରୋନା ସ୍ଥିତି ବେଶ୍ ଉଦ୍ବେଗଜନକ ରହିଛି । ସେହିପରି ସାରା ବିଶ୍ବରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ୩୪ ହଜାର ୬୧୫ରେ ପହଞ୍ଚିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୮୩,୩୦୪ ରହିଛି । ସେହିପରି ସୁସ୍ଥ ହୋଇଛନ୍ତି ୫୧୦,୩୪୧ ଜଣ ।