ଆମେରିକାର ଭର୍ଜିଆନରେ ଗୁଳିକାଣ୍ଡ : ୧୨ ମୃତ ,୬ ଆହାତ ,ପୋଲିସ ଗୁଳିରେ ଅଭିଯୁକ୍ତ ମୃତ

ଆମେରିକା ଭର୍ଜିଆନ ପ୍ରାନ୍ତରେ ଗୁଳିକାଣ୍ଡ ଘଟିଛି । ଗୁଳିକାଣ୍ଡରେ ୧୨ ଜଣ ଙ୍କର ମୃତ ହୋଇଥିବା ବେଳେ ୬ ଜଣ ଗୁରୁତର ଆହାତ ହୋଇଛନ୍ତି । ଆହାତ ମାନଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତିକରାଯାଇଛି । ଗୁଳିକାଣ୍ଡ ଆମେରିକା ର ଭର୍ଜିଆନରେ ପ୍ରାନ୍ତରେ ଘଟିଥିବା ବେଳେ ସିଟର ଏକ ସରକାରୀ କାର୍ଯ୍ୟାଳୟରେ କାମ କରୁଥିବା କର୍ମଚାରୀ ଜଣକ ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି । ତେବେ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଗୁଳିରେ ଅଭିଯୁକ୍ତର ମୃତ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତର ପରିଚୟ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଜଣେ ପୋଲିସ କର୍ମଚାରୀ ମଧ୍ୟ ଆହାତ ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ