ଆମେରିକା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକଙ୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଶନିବାର ପୂର୍ବାହ୍ନରେ ଆମେରିକାର ସୁପ୍ରସିଦ୍ଧ ବୈଜ୍ଞାନିକ ତଥା ବିଶ୍ବର ସର୍ବ ବୃହତ ନୋବେଲ ପୁରସ୍କାର ବିଜେତା ହାରୋଲ୍ଡ ଇଲିଅଟ ଭରମୋସ ଓ ସହଯୋଗୀ ବୈଜ୍ଞାନିକ ନୋବେଲ ପୁରସ୍କାର ବିଜେତା ଜେ ମାଇକେଲ ବିସପ ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ବ୍ଯାଖାନ କେନ୍ଦ୍ର ପରିଦର୍ଶନ କରିଥିଲେ। ଆମେରିକାର ନୋବେଲ ପୁରସ୍କାର ବିଜେତା ବରିଷ୍ଠ ବୈଜ୍ଞାନିକ ଦ୍ବୟ ପ୍ରଥମେ ଇଣ୍ଡିଆନ ଅଏଲ ଫାଉଣ୍ଡେସନ ପକ୍ଷରୁ ନିର୍ମିତ ବ୍ଯାଖାନ କେନ୍ଦ୍ର ପରିଦର୍ଶନ କରିବା ବେଳେ ସରକାରୀ ସ୍ବୀକୃତି ପ୍ରାପ୍ତ ଗାଇଡ ବିଶେଶ୍ଵର ଦାସ ନୋବେଲ ପୁରସ୍କାର ବିଜେତା ଓ ସହଯୋଗୀ ଦ୍ବୟଙ୍କୁ ସୂର୍ଯ୍ୟ ମନ୍ଦିରର ଐତିହ୍ୟ, ସଂସ୍କୃତି, ସ୍ଥାପତ୍ୟ କଳା ଓ ଇତିହାସ ଗାଥା ଉପରେ ପର୍ଯ୍ୟବେସିତ ଐତିହାସିକ ତଥ୍ୟ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଅବଗତ କରାଇଥିଲେ। ପରେ ବିଶ୍ବ ଐତିହ୍ୟ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ବୁଲିବା ପରେ ସୂର୍ଯ୍ୟ ମନ୍ଦିର ର ଐତିହ୍ୟ, ସ୍ଥାପତ୍ୟ କଳା ଓ ସଂସ୍କୃତି ଉପରେ ବିଶଦ ଭାବରେ ବୁଝିଥିବାଦେଖିବାକୁ ମିଳିଥିଲା। ସୂର୍ଯ୍ୟ ମନ୍ଦିରର ଐତିହ୍ୟ ଓ ସଂସ୍କୃତି ବିଶ୍ବରେ ଅନନ୍ୟ ଓ ଅଦ୍ବିତୀୟ ବୋଲି ମତପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ