ଆମେରିକା ରେ ୪ ପ୍ରବାସୀ ଭାରତଙ୍କ ସଂନ୍ଦେହ ଜନକ ମୃତ
ନ୍ୟୁୟୁର୍କ : ଆମେରିକାରେ ୪ ପ୍ରବାସୀ ଭାରତୀୟଙ୍କୁ ଗୁଳିକରି ହତ୍ୟା କରାଯାଇଛି ।ଏହି ଭଳି ଘଟଣା ଆମେରିକାର ଆଇଓୱା ରାଜ୍ୟର ୱେଷ୍ଟ ଡେସ ମୋଇନେସରେ ଏହି ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକ ମାନଙ୍କ ପରିଚୟ ଚନ୍ଦ୍ରଶେଖର ସୁନକର ( ୪୪) ଲାବନ୍ୟ (୪୧) ଅନ୍ୟ ଜଣଙ୍କର ବୟସ ୧୦ ବର୍ଷ ବୋଲି ଜଣାପଡିଛି । ଆମେରିକାରେ ବାସ କରୁ ଥିବା ସମସ୍ତେ ଆନ୍ଧ୍ର ପ୍ରଦେଶର ବୋଲି ଜଣାପଡିଛି ।ସୁନକରଙ୍କ ପିତା ଓ ମାତା ଗୁଣ୍ଟୁର ଜିଲ୍ଲାରେ ଟିସୁନ୍ଦରରେ ରହୁଥିବାବେଳେ ହାଇଦ୍ରାବାଦରେ ରହୁଛନ୍ତି । ହତ୍ୟାକାଣ୍ଡ ସମୟରେ ସୁନକରଙ୍କ ଘରେ ପରିବାର ଛଡା ଆଉ କେହି ନଥିଲେ । ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ ହତ୍ୟାକାଣ୍ଡ ଘଟିଲା ପରେ ତାଙ୍କ ଘରୁ କେହି ଦୁର୍ବୁତ୍ତ ବାହାରିନାହାନ୍ତି । ତେଣୁ ସୁନକର ମାନସିକ ଚାପରେ ତାଙ୍କ ସ୍ତ୍ରୀ ଓ ଦୁଇ ପୁଅଙ୍କୁ ଗୁଳି କରି ହତ୍ୟା କରିବା ପରେ ସେ ନିଜକୁ ଗୁଳି କରି ହତ୍ୟା କରି୍ଥିବା ଅନୁମାନ କରାଯାଉଛି ।