ଆମ୍ପାନ୍‌ର ଲ୍ୟାଣ୍ଡଫଲ୍‌ ହେବ ସୁନ୍ଦରବନରେ

ଭୁବନେଶ୍ବର : ପଶ୍ଚିମବଙ୍ଗରେ ସାମୁଦ୍ରିକ ବାତ୍ୟା ଆମ୍ପାନ୍‌ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ୪ ଘଣ୍ଟା ଧରି ଚାଲିବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି । ସୁନ୍ଦରବନରେ ଏହା ଲ୍ୟାଣ୍ଡଫଲ କରିବା ନେଇ ପୂର୍ବାନୁମାନ କରାଯାଇଛି । ଏହି ପ୍ରକିୟା ପ୍ରାୟ ସନ୍ଧ୍ୟା ୬.୩୦ ପର୍ଯ୍ୟନ୍ତ ଜାରି ରହିବ । ଲ୍ୟାଣ୍ଡଫଲର ପ୍ରାୟ ୩୦ମିନିଟ୍‌ ପର୍ଯ୍ୟନ୍ତ ଏହି ବାତ୍ୟା ବ୍ୟାପକ କ୍ଷତି ଘଟାଇବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି । ଏହି ବାତ୍ୟା ପ୍ରଭାବରେ ଉତ୍ତର ଓଡିଶା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ରାତି ୯ଟା ସୁଦ୍ଧା ବାଲେଶ୍ବରରେ ବର୍ଷା କମିଯିବା ନେଇ ମଧ୍ୟ ପୂର୍ବାନୂମାନ ଲଗାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ