ଆମ୍ବଗଢିଆରେ ଯାତ୍ରୀ ବିଶ୍ରାମାଗାର ପାଇଁ ଦାବୀ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ଆମ୍ବଗଢିଆ ଛକ ଠାରେ ଏକ ବିଶ୍ରାମାଗାର ନିର୍ମାଣ ନିମନ୍ତେ ଅଞ୍ଚଳବାସୀ ଦାବୀ କରିଛନ୍ତି । ପୂର୍ବରୁ ଉକ୍ତ ଛକରେ ଏକ ଯାତ୍ରୀ ବିଶ୍ରାମାଗାର ଥିବା ବେଳେ ୨ ବର୍ଷ ତଳେ ଗାଡି ଧକ୍କାରେ ତାହା ଭାଙ୍ଗି ଯାଇଥିଲା । ଏହି ଛକ ଉପରେ ଛୟାଳସିଂ, ଓଡଙ୍ଗ, କାଦବରାଙ୍ଗ ଆଦି ଗ୍ରାମ ପଞ୍ଚାୟତର ଲୋକଙ୍କ ସମେତ ବହୁ ଯାତ୍ରୀ ନିର୍ଭର କରିଥାନ୍ତି । ପ୍ରତିଦିନ ଶତାଧିକ ଯାତ୍ରୀ ଉକ୍ତ ଛକରେ ଗାଡିକୁ ଅପେକ୍ଷା କରିଥାନ୍ତି । ଯାତ୍ରୀଙ୍କ ଆବଶ୍ୟକତା ଦୃଷ୍ଟିରୁ ଏହି ଛକରେ ଏକ ଯାତ୍ରୀ ବିଶ୍ରାମାଗାର ନିର୍ମାଣ କରାଯିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ