ଆମ୍ବରେ ବିଷ

ହିଂଜିଳିକାଟୁ, (ଶେଷଦେବ ସାହୁ): ବଜାରରେ ବର୍ତମାନ ବିଭିନ୍ନ କିସମର ଆମ୍ବ ବହୁଳ ମାତ୍ରାରେ ବିକ୍ରି ଚାଲିଛି । ଦୈନିକ ହଜାର ହଜାର ଟଙ୍କାର ଆମ୍ବ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି । ସମ୍ପ୍ରତି ଆମ୍ବ ସିଜନ୍ ଚାଲିଥିବାରୁ ଦର ଯେତିକି ଅଧିକ ହେଲେ ମଧ୍ୟ ଆମ୍ବ ନହେଲେ ପାଟିକୁ ଖାଦ୍ୟ ରୁଚୁନି ।ବଜାରରୁ ପେରିଲା ବେଳକୁ ବ୍ୟାଗରେ କିଛି ପନିପରିବା ସହ ପ୍ରାୟତଃ ଆମ୍ବ ରହିଥିବା ଦେଖିବାକୁ ମିଳୁଛି । ହେଲେ ପାଟିକୁ ସୁସ୍ୱାଦ ଲାଗିବା ପାଇଁ ଅଣାଯାଇଥିବା ଏହି ଆମ୍ବ ଶରୀର ପାଇଁ କେତେ ହିତକର କି ନୁହେଁ ତାହା ଜାଣିବା ପାଇଁ ସମୟ ନଥାଏ । ଆମ୍ବ ଏପରି ଏକ ଫଳ ଯାହା ଉଭୟ କଂଚା ଓ ପାଚିଲାରେ ଖାଇ ହୁଏ । କିନ୍ତୁ ଯେଉଁ କଂଚା ଆମ୍ବ ବଜାରରୁ କ୍ରୟ କରି ଅଣାଯାଇଛି, ସେଥିରୂ କ୍ୟାନସର ଭଳି ରୋଗକୁ ଆମନ୍ତ୍ରଣ କରାଯାଉଛି ବୋଲି ଅଧିକାଂଶ ଜାଣିନାହାନ୍ତି । ଯେଉଁ ଆମ୍ବ ଗଛରେ ରହିଲେ କିମ୍ବା ତୋଳା ହେବାର କିଛି ଦିନ ମଧ୍ୟରେ ପାଚିବା କଥା, ସେହି ଆମ୍ବକଂଚା ଅବସ୍ଥାରେ ତୋଳି କ୍ୟାଲସିୟମ କାର୍ବାଇଟ ଦେଇ ପଚାଇ ଦିଆଯାଉଥିବା ଦେଖିବାକୁ ମିଳୁଛି । ଫଳରେ ଆମ୍ବର ଉପର ଅଂଶରୁ ପାଚିଲା ଭଳି ଦେଖାଯାଉଥିବା ଏହି ଆମ୍ବ ଗୁଡ଼ିକ ପାଟିକୁ ସୁସ୍ୱାଦ ଲାଗୁଛି, ଆଉ ଶରୀର ପାଇଁ କ୍ଷତିକାରକ ସାଜୁଛି ।
ସ୍ୱାସ୍ଥ୍ୟ ପାଇଁ କେଉଁ ଫଳ ହିତକର ଏବଂ କେଉଁ ଫଳ ଅହିତକର ତାହା ପ୍ରଶାସନ ପକ୍ଷରୁ ଯାଂଚ କରାଯାଉନାହିଁ । ବଜାରରେ ବିକ୍ରି ହେଉଥିବା ଆମ୍ବ ସଂକ୍ରାନ୍ତରେ ଜୈନିକ ବିଶେଷଞ ଡ଼ାକ୍ତରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଆମ୍ବ ଖାଇବାର ଯଦି ଅଛି ତେବେ ଗଛରେ ପାଚିଥିବା ଆମ୍ବ ଖା. କାର୍ବାଇଟ ଦିଆ ଆମ୍ବ ଖାଅନି କି ରୋଗକୁ ଆମନ୍ତ୍ରଣ କରନି । କ୍ୟାଲସିୟମ କାର୍ବାଇଟରୁ ଏସିଟିଲିନ ଗ୍ୟାସ ବାହାରୁଥିବାରୁ ଏହାକୁ ବ୍ୟବହାର କରି ଯେଉଁ ଫଳ ପଚାଯାଏ, ସେହି ଫଳରେ ଏହି ଗ୍ୟାସ ରହିଥାଏ । ଏହାକୁ ଖାଇଲେ କ୍ୟାନସର, ଥାଇରଡ଼୍, ପାଟି ଭିତରେ ଘା, ଏଲର୍ଜି ପ୍ରଭୃତି ରୋଗ ଦେଖାଦେଇଥାଏ । ଏପରିକି ବୃଦ୍ଧ ଲୋକଙ୍କ ଶରୀରରେ ଆଜମା ଭଳି ରୋଗ ରୋଗ ଦେଇଥାଏ । କେବଳ ଆମ୍ବ ନୁହେଁ କଦଳୀ, ସେଓ, ସପୁରୀ, ପଣସ, କଜୁରୀ ତଥା ବଜାରରେ ମିଳୁଥିବା ପ୍ରାୟ ଅଧିକାଂଶ ଫଳରେ କ୍ୟାଲସିୟମ କାର୍ବାଇଟ ବ୍ୟବହାର ହେଉଥିବବା ଅଭିଯେ୍ଧଜ୍ଞ ହେଉଛି । ହିଂଜିଳିକାଟୁ ଏବଂ ଏହାର ଆଖପାଖ ଅଂଚଳର ବଜାରରେ ମିଳୁଥିବା ଆମ୍ବ ଠାରୁ ଆରମ୍ଭ କରି ଅନ୍ୟାନ ଫଳରେ କ୍ୟାଲସିୟମ କାର୍ବାଇଟ ବ୍ୟବହାର କରାଯାଉଛି କି ନାହିଁ ତାହାର ଏକ ଯାଂଚ କରିବା ସାମ୍ପ୍ରତିକ ପରିସ୍ଥିତିରେ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛିବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ