ହିଂଜିଳି ପୁଲିସ ପକ୍ଷରୁ ଆତଙ୍କବାଦ ଦିବସ ପାଳିତ
ହିଂଜିଳିକାଟୁ, (ଶେଷଦେବ ସାହୁ): ସାରା ବିଶ୍ୱରେ ମଇ ମାସ ୨୧ ତାରିଖକୁ ଆତଙ୍କବାଦ ବିରୋଧ ଦିବସ ରୂପେ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଦିନ ହିଂଜିଳି ପୁଲିସ ପକ୍ଷରୁ ଆତଙ୍କବାଦ ଦିବସ ପାଳନ କରାଯାଇଅଛି । ହିଂଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ଥାନା ପରିସରସ୍ଥ ଅଭ୍ୟର୍ଥନା କକ୍ଷ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଦେଶରେ ଏକତା, ଶାନ୍ତି ଓ ଭାଇଚାରାକୁ ବଜାୟ ରଖିବା ସହିତ ଲୋକଙ୍କୁ ହିଂସାରୁ ଦୁରେଇ ରଖିବା ପାଇଁ ଜନସାଧାରଣଙ୍କୁ ସଚେତନତା ଅବଶ୍ୟକ ବୋଲି ଆଇଆଇସି ଦାସ କହିଥିଲେ । ହିଂଜିଳି ଥନାରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଭାରତୀୟ ନାଗରିକ ଭାବେ ଆମ ଦେଶରେ ଅହିଂସା ଓ ସହନଶୀଳତା ପରମ୍ପରା ଉପରେ ଦୃଢ ବିଶ୍ୱାସ ରଖି , ନିଷ୍ଠା ପୂବର୍ବକ ସମସ୍ତ ଶକ୍ତି ସହିତ ଆତଙ୍କବାଦ ଓ ହିଂସାର ବିରୋଧ କରିବା ଏବଂ ସାମାଜିକ ସଦଭାବ ଓ ମାନବ ଜୀବନ ମୂଲ୍ୟବୋଧ ପ୍ରତି ବିପଦ ସୃଷ୍ଟି କରୁଥିବା ବିଭେଦକାରୀ ଶକ୍ତିଙ୍କ ବିରୋଧରେ ଅହରହ ସଂଗ୍ରାମ କରିବା ସକାଶେ ଶପଥ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଥାନା ଏସଆଇ ପ୍ରଦୀପ୍ତ କୁମାର ଦାଶ, ମମତା ସାମନ୍ତ, ବିଶ୍ୱଜିତ ନାୟକ, ଏଏସଆଇ ରାଘବ ସୁନ୍ଦର ଗୌଡ଼, ବିଦେଶୀ ସେଠି, ହାବିଲଦାର ରାଜିବ କୁମାର ପାଢି, ସୁବାଷ ଚନ୍ଦ୍ର ଅଧିକାରୀ, କନେଷ୍ଟବଳ ନରେଶ ଗୌଡ଼, ପ୍ରଦୀପ କୁମାର ସାହୁ, ସୁବଳ ପ୍ରଧାନ, ବସନ୍ତ ଉପାଧ୍ୟାୟଙ୍କ ସମେତ ଥାନାରେ କାର୍ଯ୍ୟରତ ବହୁ ପୁଲିସ କର୍ମଚାରୀ ଅଂଶଗ୍ରହଣ କରିଥିଲେ


