ଆମ୍ବୁଲାନ୍ସ କର୍ମଚାରୀ ଓ ମୃତକଙ୍କ ପରିବାର ପକ୍ଷରୁ ରାସ୍ତାରୋକ

ଯାଜପୁର ବଡଚଣା ଥାନା ବନ୍ଦାଳୋ ଛକ ନିକଟରେ ଟ୍ରଲର ଧକ୍କାରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଘଟଣାରେ ମୃତ୍ୟୁ ସଂଖ୍ୟାରେ ଦୁଇ ପହଂଚିଛି ମୃତକଙ୍କ ପରିବାରକୁ କ୍ଷତିପୁରଣ ସହିତ ୧୦୮ କର୍ମଚାରୀଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଦେବା ଦାବିରେ ଆମ୍ବୁଲାନ୍ସ କର୍ମଚାରୀ ମୃତକଙ୍କ ପରିବାର ପକ୍ଷରୁ ଯାଜପୁରରେ ରାସ୍ତାରୋକ କରାଯାଇଥିଲା ପୋଲିସ ପହଂଚି ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ସୂଚନା ଅନୁଯାୟୀ ରବିବାର ବିଳମ୍ବିତ ରାତ୍ରିରେ ରୋଗୀଙ୍କୁ ଯାଜପୁର ମେଡିକାଲରୁ କଟକ ବଡ ମେଡିକାଲ କୁ ୧୦୮ ଆମ୍ବୁଲାନ୍ସ ଯାଉଥିବା ବେଳେ ବନ୍ଦାଳୋ ଛକ ନିକଟରେ ଏକ ଟ୍ରଲର ସହିତ ଦୁର୍ଘଟଣା ଘଟିଥିଲା ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ରଂଜିତ ମଲ୍ଲିକଙ୍କର ମୃତ୍ୟୁ ହୋଇଥିଲା ରୋଗୀ ଶଶି ଜେନାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ଭର୍ତି କରାଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଏଥିସହିତ ଆମ୍ବୁଲାନ୍ସ ଡ୍ରାଇଭର ପାଂର୍ମାଶିଷ୍ଟ ମଧ୍ୟ ଏବେବି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ଗତକାଲି ଉଭୟ ଆମ୍ବୁଲାନ୍ସ କର୍ମଚାରୀ ରୋଗୀଙ୍କ ଶବ ଯାଜପୁରରେ ପହଂଚିବା ପରେ ଏହାକୁ ନେଇ ଉତେଜନା ପ୍ରକାଶ ପାଇଥିଲା ତୁରନ୍ତ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ସହିତ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ