ସମୁହ ଗଣେଶ ବିସର୍ଜନ ,୧୦ ହଜାର ଭକ୍ତଙ୍କ ସମାଗମ
ବେଲଗୁଣ୍ଠା ,( ସନ୍ତୋଷ ବିଷୋୟୀ ) : ବେଲଗୁଣ୍ଠା ବଡ ଦାଣ୍ଡରେ ୧୦ ହଜାର ଭକ୍ତଙ୍କ ସମାଗମ । ପୂର୍ବ ବର୍ଷ ଭଳି ଏହି ବର୍ଷ ମଧ୍ୟ ମହାଆଡମ୍ବର ସହିତ ଗଜାନନଙ୍କ ବିସର୍ଜନ ଉସ୍ରବ ଦେଖିବାକୁ ପ୍ର୍ରାୟ ୧୦ ହଜାର ଭକ୍ତଙ୍କ ସମାଗମ ହୋଇଛି । ଭସାଣି ପୂର୍ବରୁ ଶାନ୍ତି କମିଟି ଗଠନ କରାଯାଇ ଲଟେରି କରି ବଡ ଦାଣ୍ଡରେ ସମୁହ ଗଣେଷଙ୍କ ସ୍ଥାନ ଅଧିଗ୍ରହଣ କରାଯାଇଛି । ବଡ ଦାଣ୍ଡରେ ବିଭିନ୍ନ ସାହିର ଗଣେଶଙ୍କ ମୂର୍ତ୍ତ ଦେଖିବାକୁ ମିଳିଛି । ସମସ୍ତ ଗଣେଶ ମୁର୍ତ୍ତିଙ୍କୁ ଏକା ସାଙ୍ଗରେ ବିସର୍ଜନ କରିବା ପାଇଁ ବଡ ଦାଣ୍ଡରେ ଲାଗିଛି ଗହଳି । ବଡ ଦାଣ୍ଡରେ ଅଂଚଳର ସୁତୁମୁସର ରୋଡ ,କୋକଲୁଣ୍ଡା ,ଧନିଜା ପଲ୍ଲୀ ,ଖନାଳ ସାହି ,ଶୁଣ୍ଡି ସାହି .କେ କେ ମୋଟରସ୍ ,ବାଲିଡି ସାହି. ଧୋବା ସାହି ,କୋକଲୁଣ୍ଡା ବଡ ସାହି ,ରେଡିକା ସାହି ପୂଜା କମିଟି ନିଜ ନିଜର ମେଢ ସାଙ୍ଗକୁ ନୃତ୍ୟ ଆଦି ପରିବେଶଣ କରି ଏକାଠି ବଡଦାଣ୍ଡରେ ଏକାଠି ହୋଇ ଗଜାନନଙ୍କ ବିସର୍ଜନରେ ସାମିଲ ହୋଇଛନ୍ତି । ଗଣେଶ ବିସର୍ଜନ ରେ ପୁରାତନ ନାଚ ଓ ଆଧୁନିକର ଗୀତ ତାଳେ ତାଳେ ଭକ୍ତି ମୟ ପରିବେଶ ମଧ୍ୟରେ ବିସର୍ଜନ କରୁଛନ୍ତି । ଏହି କାର୍ଯ୍ୟକ୍ରମକୁ ସୁଚାରୁରୁପେ ପରିଚାଳନା କରିବା ନିମନ୍ତେ ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ,ପ୍ରେସକ୍ଲବ ସଭାପତି ପ୍ରଦୁମ୍ନ ପାତ୍ର ,ସଂପାଦକ ସୁଶାନ୍ତ ମିଶ୍ର ,ଉପଦେଷ୍ଟା ସୁସାନ୍ତ ବେହେରା ,ଉପସଭାପତି ଅଶ୍ୱିନୀ ମହାନ୍ତି , କୋଷାଧ୍ୟକ୍ଷ ପ୍ରଭାତ ସାହୁ ,ଶାନ୍ତି କମିଟି ସଭାପତି ସୁରେଶ ସୁବୁଦ୍ଧି, ଓ ପ୍ରତ୍ୟୈକ ପୂଜା କମିଟିର ୨ ଜଣ ଲେଖାଏଁ ଏହାକୁ ପରିଚାଳନା କରିଥିଲେ । ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ଭଂଜନଗର ଏସଡିପିଓ ଶ୍ରୁଭ୍ରାଶୁଂ ଶେଖର ମିଶ୍ର ,ଥାନା ଅଧିକାରୀ ସୁଦୀପ କୁମାର ସାହୁ , ୧ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି । ମାଜିଷ୍ଟେ୍ଟ୍ ଦାଇତ୍ୱରେ ତହସିଲଦାର ଧରଣୀଧର ବେହେରା ଉପସ୍ଥିତ ଥିଲେ ।


