ଆମ୍ବୁଲାନ୍ସ ନ ଥିବାରୁ ଷ୍ଟେଚରରେ ବୋହି ଆଣିବା ବେଳେ ରାସ୍ତା କଡରେ ପ୍ରସବ କଲେ ଗର୍ଵବତୀ ମହିଳା

ମୋହନା, (ଅଂଶୁମାନ ପଣ୍ଡା) :-ରାଜ୍ୟ ରେ ବାରମ୍ବାର ଏଭଳି ଘଟଣା ଘଟିବାର ଲାଗିଛି ଅନେକ ଗ୍ରାମ କୁ ରାସ୍ତା ନଥିବାରୁ ଜନନୀ ଅସୁରକ୍ଷିତ ରହୁଛନ୍ତି କାରଣ ଆମ୍ବୁଲାନ୍ସ ସେବା କିଛି ସ୍ଥାନ ରେ ସ୍ୱାସ୍ଥ୍ୟ ସେବା ଅପହଞ୍ଚ ଯାହାକି କିଛି ଦିନ ତଳେ ଷ୍ଟେଚରେ ରେ ବୁହା ହୋଇଥିଲେ ଗର୍ଵବତୀ ଏବେ ପୁଣି ଆମ୍ବୁଲାନ୍ସ ନଥିବାରୁ ଷ୍ଟେଚରରେ ବୋହି ମେଡିକାଲକୁ ଆଣିବା ବେଳେ ଅଧା ରାସ୍ତା ପ୍ରସବ କଲେ ଗର୍ଵବତୀ ମହିଳା । ଏଭଳି ଅଭବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ମଙ୍ଗରାଜପୁର ପଂଚାୟତ ଜାମଡୁଲ ଗାଁରେ । ଗାଁର ଝୁନୁ ଯାନୀ ପ୍ରସବ ଯନ୍ତ୍ରଣା ହେବାରୁ ସ୍ଥାନିୟ ଆଶା କର୍ମୀ ଗାୟତ୍ରୀ ଯାନୀ ସେହି ଅଂଚଳରେ ନେଟ ୱାର୍କ ସୁବିଧା ନ ଥିବାରୁ ଆମ୍ବୁଲାନ୍ସ କୁ ଯୋଗାଯୋଗ କରି ପାରି ନ ଥିଲେ । ଫଳରେ ବାଧିୟ ହୋଇ ସେ ଗର୍ଭବତୀ ମହିଳାଙ୍କୁ ଷ୍ଟେଚରରେ ବୋହି ମେଡିକାଲ ଆଣିଥିବା ବେଳେ କିଛି ଦୂର ଆଣିବା ପରେ ମହିଳା ଅଧା ରାସ୍ତାରେ ଏକ କନ୍ୟା ସନ୍ତାନ ପ୍ରସବ କରିଛନ୍ତି । ସେଠାରୁ ଏକ ଅଟୋ ଡକାଇ ଅଟୋ ଯୋଗେ ରମାଗିରି ମେଡିକାଲରେ ଭର୍ତ୍ତୀ କରିଥିବା ବେଳେ ଏବେ ଉଭୟ ମା ଓ ଶିଶୁର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣା ପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ