ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ସେବାକାର୍ଯ୍ୟ
କଟକ, (ଯୁଗାବ୍ଦ ନ୍ୟୁଜ) : ଓଡ଼ିଆ ନବବର୍ଷ ଓ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ କଟକର ସ୍ୱେଚ୍ଛାସେବୀ ସଂଗଠନ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ପକ୍ଷରୁ ସେବାକାର୍ଯ୍ୟ କରାଯାଇଛି । ମଙ୍ଗଳବାଗରୁ ଏକ ଅସହାୟ ଅବସ୍ଥାରେ ଥିବା ବୃଦ୍ଧଙ୍କୁ ଉଦ୍ଧାର କରାଯାଇଥିଲା । ଦୀର୍ଘ ଦିନ ହେବ ବୃଦ୍ଧ ଜଣକ ଖାଦ୍ୟ ନ ପାଇ ଅସୁସ୍ଥ ହୋଇ ରାସ୍ତା କଡରେ ପଡ଼ିଥିଲେ, ସ୍ଥାନୀୟ ଲୋକ ଖବର ଦେବା ପରେ ଉକ୍ତ ସ୍ଥାନରେ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ସ୍ୱେଚ୍ଛାସେବୀ ପହଁଞ୍ôଚ ବୃଦ୍ଧଙ୍କୁ ଚୁଟି, ଦାଢ଼ି କାଟି ଗାଧୋଇ ସଫା ସୁତୁରା କରି ଭଲ ପୋଷାକ ପିନ୍ଧାଇଥିଲେ । ସେ ଅସୁସ୍ଥ ଥିବା ହେତୁ କଟକ ବଡ଼ ମେଡ଼ିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ଏବଂ କଟକ ଜିଲ୍ଲାପାଳଙ୍କ ନିର୍ଦେଶକ କ୍ରମେ ବେଳଭିୟୁ ଛକ ସ୍ଥିତ ଗାନ୍ଧୀ ପାର୍କ ସଫେଇ କରାଗଲା । ପାର୍କ ବୋହୁ ଲୋକଙ୍କ ସମାଗମ ହେତୁ ଅଳିଆ ହେଉଅଛି । ସେଥିପାଈଁ ଟ୍ରଷ୍ଟର ସଦସ୍ୟମାନେ ଅପରାହ୍ନରେ ସମ୍ପୂର୍ଣ୍ଣ ପାର୍କ ସଫେଇ କରିବା ସହ ପାର୍କ କଡରେ ବ୍ୟବସାୟ କରୁଥିବା ବ୍ୟବସାୟୀ ଓ ଭ୍ରମଣକାରୀଙ୍କୁ ଅଳିଆ ଆବର୍ଜନା ଏଣେତେଣେ ନ କରି ଡ଼ଷ୍ଟଫିନ ବ୍ୟବହାର କରିବାକୁ ସଚେତନ କରିଲେ । କାର୍ଯ୍ୟକ୍ରମରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ସି ଏମ ସି ସ୍ୱାସ୍ଥ୍ୟ ଅଫିସର ଡାକ୍ତର ସତ୍ୟବ୍ରତ ମହାପାତ୍ର , ହରିହର ସେନ, ଅଶ୍ୱିନୀ ମହାରଣା, ସଂଜୀବ ଶୁକ୍ଳ, ଚିନ୍ମୟୀ ଦାସ ଉପସ୍ଥିତ ଥିଲେ ଓ ସଭାପତି ମନୋଜ ପଣ୍ଡା ଆଗକୁ ଏହି ଭଳି ସେବା ଜାରି ରହିବ ବୋଲି ସୂଚନା ଦେଇଛନ୍ତି ।