କୃଷି ଓ କୃଷକ ସଚେତନତା କର୍ମଶାଳା

କଟକ,(ଓ୍ବାଇଏନଏସ): କୃଷି ଓ କୃଷକ କଲ୍ୟାଣ କ୍ଷେତ୍ରରେ ସରକାର ନେଉଥିବା ପଦକ୍ଷେପଗୁଡିକ ସମ୍ପର୍କରେ ଜନସାଧାରଣ ଅଧିକରୁ ଅଧିକ ସଚେତନ ହୋଇ ସେସବୁର ଲାଭ ଉଠାଇବା ଆବଶ୍ୟକ । ଆଜି କଟକ ବାଲିଯାତ୍ରା ତଳ ପଡିଆଠାରେ ଚାଲିଥିବା ବିକାଶ ମେଳାରେ ଆଜି ଅନୁଷ୍ଠିତ ଆଲୋଚନାଚକ୍ରରେ ବିଶିଷ୍ଟ ବକ୍ତାମାନେ କୃଷକମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାଗୁଡିକ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ମୂର୍ତ୍ତିକା ଉର୍ବରତା  ଏବଂ ରାସାୟନିକ ସାର ବ୍ୟବହାର ନ କରି ଜୈବିକ ସାର ପ୍ରୟୋଗ କରି ଉତ୍ପାଦନ ବୃଦ୍ଧି କରିବା, ମୂର୍ତ୍ତିକା ସଂରକ୍ଷଣ ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ । ମୂର୍ତ୍ତିକା ପରୀକ୍ଷା କରି ଉପଯୁକ୍ତ ପରିମାଣରେ ଖାଦ୍ୟ ସାର ବ୍ୟବହାର କରିବା ଦ୍ୱାରା ଚାଷୀ ଅଧିକ ଅମଳ ପାଇପାରିବେ।   ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ୧୯ ଜଣ ହିତାଧିକାରୀଙ୍କୁ ପ୍ରକଳ୍ପ କାର୍ଯ୍ୟ ଆଗେଇ ନେବା ନିମନ୍ତେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ଏଥିସହ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଆଦି ସମ୍ପର୍କରେ ସବିସ୍ତୃତ ତଥ୍ୟ ଉପସ୍ଥାପନ କରାଯାଇଥିଲା । ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୁଶାନ୍ତ ନାୟକ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀମତୀ ରାଜଶ୍ରୀ ବେହେରା, ନିର୍ବାହୀ ଯନ୍ତ୍ରୀ କୃଷି ଶ୍ରୀ ପ୍ରଶାନ୍ତ କୁମାର ଜେନା, ବରିଷ୍ଠ ମୂର୍ତ୍ତିକା ବୈଜ୍ଞାନିକ, କୃଷି ବିଜ୍ଞାନ କେନ୍ଦ୍ର ଡଃ. ଦିଲ୍ଲିପ କୁମାର ଷଡ଼ଙ୍ଗୀ, ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀ ଗୌରୀ ଶଙ୍କର ନନ୍ଦ, ବିଶେଷଜ୍ଞ କୃଷି ବିଜ୍ଞାନ କେନ୍ଦ୍ର ଡଃ. ପ୍ରଜ୍ଞାରଞ୍ଜନ ସାହୁ,ସହକାରୀ ପ୍ରାଣୀ ଚିକିତ୍ସକ ଡାକ୍ତର ଅମିତ ରଞ୍ଜନ ସାହୁ ପ୍ରମୁଖ ଆଲୋଚନାଚକ୍ରରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ