ଆମ୍ବୋ ଘାଟରୁ ବାଲି ଚୋରା ଚାଲାଣ

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ତହସିଲ ଅଧିନସ୍ଥ ଆମ୍ବୋ ବୈତରଣୀ ବାଲି ଘାଟରୁ ଦେନିକ ।ହଶହ ଟ୍ରାକ୍ଟର ବାଲି ଚୋରା ଚାଲାଣ ହେଉଛି । ତହସିଲ କର୍ତ୍ତୁପକ୍ଷ ଏହି ବାଲିଚାଲାଣକୁ ରୋକିବା ଦିଗରେ କୌଣସି ପଦକ୍ଷେପ ନେଉ ନାହାନ୍ତି ବୋଲି ଆମ୍ବୋ, ଅଣତୀରା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗରୁ ଜଣାଯାଇଛି କିଛି ବାଲି ମାଫିଆ ଗ୍ରାମର କିଛି ବ୍ୟକ୍ତିଙ୍କୁ ହାତବାରିସୀ କରି ବର୍ଷେ ହେଲା ଆମ୍ବୋ ଘାଟରୁ ବେନିୟମ ଭାବେ ବାଲି ଉତ୍ତୋଳନ କରି ବାହାରକୁ ଚୋରା ଚାଲାଣ କରୁଛନ୍ତି । ଯାହାଦ୍ୱାରାକି ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହାନୀ ଘଟୁଥିବାବେଳେ ସାଧାରଣ ଲୋକଙ୍କ ଜନଜୀବନରେ ପ୍ରଭାବ ପଡୁଛି । ଏପରିକି ଅନେକ ସମୟରେ ଏଠାରେ ଦୁର୍ଘଟଣା ମାନ ଘଟି ଧନଜୀବନ ହାନୀ ଘଟୁଛି । ବଡ ରମ୍ପାସ-ଅଣତୀରା ଓ ଟୁକୁଣା ଆମ୍ବୋ ରାସ୍ତାରେ ଶହ ଶହ ସଂଖ୍ୟାରେ ବାଲିବୋଝେଇ ଟ୍ରାକ୍ଟର ଯାତାୟତ କରିବା ଦ୍ୱାରା ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ ସାଧାରଣ ଲୋକେ ଯାତାୟତ କରିବାରେ ନାନା ଅସୁବିଧା ଭୋଗ କରୁଛନ୍ତି । ଏହାଦ୍ୱାରା ବଡରମ୍ପାସ – ଅଣତୀରା ରାସ୍ତାଟି ଶୋଚନୀୟ ହୋଇ ପଡିଛି । ରାସ୍ତାଟି ସାରା ଆଣ୍ଠୁଏ ଗଭୀରର ଖାଲଖମା ସୃଷ୍ଟି ହେବା ଫଳରେ ଗାଁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଏପରିକି ଗାଁ ଭିତରକୁ ଆମ୍ବୁଲାନସ କିମ୍ବା ଦମକଳଟିଏ ଯିବା ଅସମ୍ଭବ ହୋଇ ପଡୁଛି । ଯଦି କିଏବା ବାଲିଗାଡିକୁ ବନ୍ଦ କରିବାକୁ କହୁଛି ତାକୁ ଧମକ ଚମକ ଦିଆଯାଉଛି । ଏଣୁ ଲୋକମାନେ ଭୟରେ ଏହି ବେଆଇନ ବାଲି ଚୋରା ଚାଲାଣକୁ ବିରୋଧ କରିବାକୁ ସାହାସ ଜୁଟାଇ ପାରୁ ନାହାନ୍ତି ବୋଲି କହିଛନ୍ତି । ଏ ସମ୍ପର୍କରେ ତହସିଲ କର୍ତ୍ତୁପକ୍ଷଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏହା ଏବେ ମାଇନିଂ ହାତକୁ ପଳାଇଛି । ସେମାନେ ଯାହା ପଦକ୍ଷେପ ନେବେ, ଆମେ କିଛି କରିପାରିବୁନି ବୋଲି କହିଛନ୍ତି । ଜିଲ୍ଲା ମାଇନିଂ କାର୍ଯ୍ୟାୟ କେନ୍ଦୁଝରରେ ଥିବାବେଳେ ସେ କେବେ ଆସିବେ ଓ ବାଲି ଚୋରା ଚାଲାଣକୁ ରୋକିବେ ତାହା ଆକାଶ କଇଁଆଁ ଚିଲିକା ମାଛ ସଦୃଶ ବୋଲି ଗ୍ରାମବାସୀ ମାନେ କହିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗକୁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ବୋଲି ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ