ଆମ ଓଡିଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ବ୍ଲକର ସମ୍ମିଳନୀ କକ୍ଷରେ ଆଜି ନବୀନ ଓଡିଶା କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ବ୍ଲକ ଅଧ୍ୟାକ୍ଷା ବାଲା ସାୟାମ୍ମାଙ୍କ ଅଧ୍ୟକ୍ଷତାରେ ବସିଥିଲା ।ଏହି ବୈଠକରେ ନୂତବ ଭାବେ ଯୋଗ ଦେଇଥିବା ବିଡ଼ିଓ ଶ୍ରୀ ଅନୁପ ପଣ୍ଡା, ସହାୟକ ଯନ୍ତ୍ରୀ ନାରାୟଣ ପାଢ଼ୀ ଯୋଗ ଦେଇଥିଲେ, ଏତଦ ବ୍ୟତୀତ ସମସ୍ତ ବାର ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଯୋଗ ଦେଇଥିଲେ । ଆସନ୍ତା ନଭେମ୍ବର ୬ ତାରିଖରେ ଆମ ଓଡିଶା ନବୀନ ଓଡିଶା ନେଇ ବିଭିନ୍ନ ପ୍ରକଳ୍ପ ର ଉଦଘାଟନ ଆଭାସୀ ଭାବେ ମୁଖ୍ୟମନ୍ତ୍ରୀ ଓ ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନ ଉଦଘାଟନ କରିବାକୁ ଥିବାରୁ ଏହି ପ୍ରସ୍ତୁତି ବୈଠକ ଡକା ଯାଇଥିଲା । କିନ୍ତୁ ବାର ଗୋଟି ପଞ୍ଚାୟତ ମଧ୍ୟରୁ ଶିଆଳି, ହାଡୁଭାଙ୍ଗି, ଓ କେ. ସୀତାପୁର ପଞ୍ଚାୟତ କୋଉ କୋଉ ପ୍ରକଳ୍ପ ସାମିଲ ହେଲା ସେ ନେଇ ବିର୍ବାଚିତ ପ୍ରତିନିଧି ମାନଙ୍କୁ ଅନ୍ଧାର ରେ ରଖାଯାଉଛି କାହିଁକି ବୋଲି ଶିଆଳି ସରପଞ୍ଚ ଶ୍ରୀ ରାମ ପ୍ରସାଦ ପଟନାୟକ ରୋକଠୋକ ଭାବେ ଜାଣିବାକୁ ଚାହିଁଥିଲେ ।ନବୀନ ଓଡିଶା ଯୋଜନାରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଏହି ପ୍ରକଳ୍ପ କୁ ଆସନ୍ତା ୬ ତାରିଖରେ ଉଦଘାଟନ କରାଯିବ, ଏନେଇ ବ୍ଲକ ପ୍ରଶାସନ ଖୁବ ଜୋରରେ ପ୍ରସ୍ତୁତି ଚଳାଇଛି, ଗତ କାଲି ରାତିରୁ କାର୍ଯ୍ୟ ଆରମ୍ଭ ହୋଉଯାଇଛି । ଶ୍ରୀ ପଟନାୟକ ଆବାସ ଯୋଜନାରେ ୨୨ କୋଟି ଖର୍ଚ୍ଚ ହେଉଥିଲେ ସୁଦ୍ଧା କିଛି ଆୟୋଜନ ହେଲା ନାହିଁ ଏବେ କାହିଁକି ଏସବୁ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ