ଆମ ଓଡିଶା ନବୀନ ଓଡିଶା(ସହରୀ) ଯୋଜନାରେ ସହରାଞ୍ଚଳ ବିକାଶ ସମ୍ପର୍କରେ ସଚେତନତା ଶିବିର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ): “ଆମ ଓଡ଼ିଶା ନବୀନ ଓଡ଼ିଶା(ସହରୀ)” ଯୋଜନାରେ ରାଜ୍ୟ ସରକାରଙ୍କ ସହରାଞ୍ଚଳର ବିକାଶ ସମ୍ପର୍କରେ ରାଜ୍ୟର ସର୍ବପୁରାତନ କେନ୍ଦ୍ରାପଡ଼ା ପୌରପରିଷଦର ବିଭିନ୍ନ ୱାର୍ଡ ଗୁଡିକର ଉନ୍ନତିକରଣ ପାଇଁ ନିଆଯାଇଥିବା ଜନହିତକର ଯୋଜନା ଗୁଡିକ ବିଷୟରେ ସାଧାରଣରେ ସଚେତନତା ସୃଷ୍ଟି କରିବା ଉଦେଶ୍ୟରେ ଚାଲିଥିବା ସଚେତନତା ଶିବିର ଆଜି ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ସହରର ନୂଆ ବସଷ୍ଟାଣ୍ଡ ଠାରେ ପୌରାଧ୍ୟକ୍ଷା ସରିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ଶିବିର ଆଜି ଅପରାହ୍ନରେ ଉଦଯାପିତ ହୋଇଯାଇଛି । ଏହି ସଚେତନତା ଶିବିରରେ କାଉନସିଲର ରମେଶ ଚନ୍ଦ୍ର ଦାସ, ଉମେଶ ଚନ୍ଦ୍ର ନାୟକ, ପ୍ରଦୀପ୍ତ କୁମାର ଜେନା, ହବିବା ବେଗମ୍‌, ସେକ ଅସଲମ୍ ଓ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ସୁଶାନ୍ତ କୁମାର ନାୟକ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ୧୭,୧୮ ଓ ୧୯ନମ୍ବର ୱାର୍ଡର ଭତ୍ତା ହିତାଧିକାରୀମାନଙ୍କୁ ନୂତନ ବର୍ଦ୍ଧିତ ଭତ୍ତା ବଣ୍ଟନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସାଇନାଥ ସାଂସ୍କୃତିକ ସଂଗଠନ ପକ୍ଷରୁ ପରିବେଶିିତ ଘୋଡାନାଚ କଳାକାରମାନେ ପୌରପରିଷଦ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡିକ ବିଷୟରେ ଲୋକମାନଙ୍କୁ ସଚେତନ କରାଯାଇଥିଲା । ଶେଷରେ ପୈାର ଉପାଧ୍ୟକ୍ଷାଆକବରୀ ଖାତୁନ ଧନ୍ୟବାଦ ଅର୍ପଣ କରିଥିଲେ । ପୈାର କର୍ମଚାରୀ ଅଶୋକ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପୈାର କର୍ମଚାରୀ କପିଳେନ୍ଦ୍ର ପଣ୍ଡା, ଦେବୀପ୍ରସାଦ ଦାସ, ସୁଚିସ୍ମିତା ଜେନା, ସୁପରଭାଇଜର ମଧୁସ୍ମିତା ସିଂଙ୍କ ସମେତ ଅନ୍ୟ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ । ଶତାଧିକ ମହିଳା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପୈାରନିର୍ବାହୀ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିବାର ଦେଖାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ