ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକୁ ନେଇ କରଗୋଳା ଗାଁରେ ଅସନ୍ତୋଷ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକୁ ନେଇ ଆମ୍ବୋ ପଞ୍ଚାୟତ କରଗୋଳା ଗାଁରେ ଅସନ୍ତୋଷ ଦେଖାଦେଇଛି। ଆଜି ଗ୍ରାମବାସୀ ମାନେ ଏନେଇ ବିଡ଼ିଓଙ୍କୁ ଦାବିପତ୍ର ଦେଇଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଏବେ ଗ୍ରାମର୧୧ନମ୍ବର ୱାର୍ଡ କୁ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ଏକ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦିଆଯାଇଛି। କିନ୍ତୁ ସ୍କୁଲ ପରିସରରେ ଏହି କମ୍ୟୁନିଟି ସେଣ୍ଟର ନିର୍ମାଣ କରାଯିବ ବୋଲି ପ୍ରସ୍ତୁତି ଆରମ୍ଭ ହୋଇଛି। କିନ୍ତୁ ୧୧ନମ୍ବର ୱାର୍ଡ ଲୋକମାନେ ଏହାକୁ ଅନ୍ୟ ସ୍ଥାନରେ କରିବାକୁ କହୁଥିବା ବେଳେ କାମ କରିବାକୁ ଯାଉଥିବା ଲୋକମାନେ ସ୍କୁଲ ପରିସରରେ କରିବାକୁ ଜିଦ ଧରିବାରୁ ଗ୍ରାମରେ ଅସନ୍ତୋଷ ଦେଖା ଦେଇଛି। ଆଜି ଗ୍ରାମର ୱାର୍ଡ ସଭ୍ୟ ତପନ କୁମାର ଯେନା, ବୀଣାପାଣି ଯେନା,ବାବାଜି ଚରଣ ପଣ୍ଡା, ବୃନ୍ଦାବନ ନନ୍ଦ, ଘନଶ୍ୟାମ ପ୍ରଧାନ, ମହେନ୍ଦ୍ର ପଣ୍ଡା, ଦିନବନ୍ଧୁ ଯେନା, ସୁଦର୍ଶନ ଯେନା, ତ୍ରିନାଥ ଯେନା, ରତ୍ନାକର ଯେନା, ଟୁନା ଯେନା, ବାବାଜି ଯେନା, ଶୁକଦେବ ସାହୁ, ପରୀକ୍ଷିତ ଯେନା, ବେଣୁଧର ଯେନା, ମୁରଲୀଧର ସେଠୀ ପ୍ରମୁଖ ଗ୍ରାମବାସୀ ମାନେ ଆଜି ବ୍ଳକ କାର୍ଯ୍ୟାଳୟ କୁ ଆସି ବିଡିଓ ଙ୍କୁ ଦାବିପତ୍ର ଦେଇଛନ୍ତି।