ଆମ ଚଇତାଳି ର ଚତୁର୍ଥ ସଂଧ୍ୟା

ନିମାପଡା, (ସନ୍ତୋଷ ଦାଶ):ନିମାପଡା ପ୍ରେସ କ୍ଲବ ଦ୍ବାରା ଆୟୋଜିତ ବସନ୍ତର ପର୍ବ ଆମ ଚଇତାଳି ର ଆଜି ଚତୁର୍ଥ ସନ୍ଧ୍ୟାର ପ୍ରଥମ ଚରଣରେ ପୁରୀ ନବପ୍ରତିଭାର ଗୁରୁ ଅଶୋକ କୁମାର ଦାଶଙ୍କ ନିର୍ଦ୍ଦେଶନାରେ ମାହାରି ନୃତ୍ୟ ଅତ୍ୟନ୍ତ ଆକର୍ଷଣୀୟ ଓ ମନ ମୁଗ୍ଧକର ହୋଇଥିଲା।ଦ୍ବିତୀୟ ଚରଣରେ ବଲାଙ୍ଗୀର ସଙ୍ଗୀତ ସାଧନା ନୃତ୍ୟାନୁଷ୍ଠାନର ଗୁରୁ ଶଙ୍କର ପ୍ରସାଦ ବେହେରା ଓ ସାଥିମାନଙ୍କ ଦ୍ବାରା ପରିବେଷିତ ସମ୍ବଲପୁରୀ ନୃତ୍ୟର ତାଳେ ତାଳେ ଦର୍ଶକମାନେ ବେଶ ବିଭୋର ହୋଇ ଉଠିଥିଲେ।ତୃତୀୟ ଚରଣରେ ଗୁରୁ ବିଷ୍ଣୁ ଚରଣ ସାସମଲଙ୍କ ନିର୍ଦ୍ଦେଶନାରେ ନୃତ୍ୟାଳୟର କଳାକାରମାନଙ୍କ ଦ୍ବାରା ଓଡିଶୀ ନୃତ୍ୟ ବେଶ ଚିତ୍ତାକର୍ଷକ ହୋଇଥିଲା।ନିମାପଡ଼ା ମୁକ୍ତାକାଶ ମଞ୍ଚରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଚତୁର୍ଥ ସନ୍ଧ୍ୟାର ଅତିଥି ଥିଲେ ଭାଜପା ରାଜ୍ୟ ଉପସଭାପତି ପ୍ରଭାତୀ ପରିଡା,ଓଡ଼ିଶା ଗଣ ପରିଷଦ ଅଧ୍ୟକ୍ଷା ଜୋସ୍ନାମୟୀ ତ୍ରିପାଠୀ, ସମାଜସେବୀ ଅଶୋକ ନନ୍ଦ,କୃଷ୍ଣ ଚନ୍ଦ୍ର ନାୟକ,କାଉନସିଲର ନିରଞ୍ଜନ ନାୟକ, ରଞ୍ଜିତା ପାତ୍ର, ସରପଞ୍ଚ ପ୍ରଫୁଲ୍ଲ କୁମାର ସ୍ୱାଇଁ, ଝିଲୀଲତା ସେଠୀ,ପ୍ରେସ କ୍ଲବ କୋଷାଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ବେହେରା ଓ ପୂର୍ବତନ ସଭାପତି ବିଚିତ୍ରାନନ୍ଦ ସାହୁ।ଏହି ଅବସରରେ ଶିକ୍ଷାବିତ ଶ୍ରୀକାନ୍ତ ସାମନ୍ତରାୟ, କୃଷକ ସଂଗ୍ରାମ କେଶରୀ ପାତ୍ର,ଶିଳ୍ପୀ ସୈଦାମିନି ସେନାପତି, କ୍ରୀଡାବିତ ଅୟେଶକାନ୍ତ ମିଶ୍ର, ନୟାସବେରା ୟୁଥଟ୍ରଷ୍ଟ ଏବଂ କଳାକାର ଗଙ୍ଗାଧର ଓଝାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ନିରଞ୍ଜନ ପଳତା ଓ ପ୍ରଜ୍ଞାପାରମିତା ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରେସ କ୍ଲବର ସମସ୍ତ ସଦସ୍ୟ/ସଦସ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ