ଆମ ଦେଶର ନାମ ‘ଇଣ୍ଡିଆ’ ଇଣ୍ଡିଆନ ସିଟିଜେନସ୍ ପାର୍ଟି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆମ ଦେଶର ନାମ ‘ଇଣ୍ଡିଆ’ । ଡ଼ାକ ନାମ ଭାରତ । ଭାରତୀୟ ଜନତା ପାର୍ଟିର ସ୍ୱାଧୀନତା ସଂଗ୍ରାମ, ସ୍ୱାଧୀନତା ସଂଗ୍ରାମୀ, ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ସମ୍ବିଧାନ ପ୍ରଣେତା ମାନଙ୍କର ପ୍ରତି ବିଶ୍ୱାସ ଓ ସମ୍ମାନ ଉପର ଠାଉରିଆ ବୋଲି ଇଣ୍ଡିଆନ ସିଟିଜେନସ୍ ପାର୍ଟି (ଆଇ.ସି.ପି) ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି । ନରେନ୍ଦ୍ର ମୋଦି ପ୍ରତୀକାତ୍ମକ ରାଜନୀତି ଏବଂ ସାମ୍ପ୍ରଦାୟିକ ରାଜନୀତିରେ ବିଶ୍ୱାସ କରନ୍ତି । ଅନୁସୂଚିତ ଜାତିର ଭୋଟ ହାତେଇବାକୁ ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି କରିଥିଲେ ଏବଂ ଆଦିବାସୀ ଭୋଟ ହାତେଇବାକୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପଦରେ ବସାଇଥିଲେ ମଧ୍ୟ ଇଣ୍ଡିଆରୁ ଅସ୍ପୃଶ୍ୟତାର ମୂଳୋତ୍ପାଟନ କରିପାରି ନାହାଁନ୍ତି କିମ୍ବା ଆଦିବାସୀମାନଙ୍କୁ ଜଙ୍ଗଲ ଅଧିକାର ଦେଇପାରି ନାହାଁନ୍ତି । ସଂଖ୍ୟାଲଘୁ ମାନଙ୍କୁ ଭୟମୁକ୍ତ କରିପାରି ନାହାଁନ୍ତି । ଆଦିବାସୀମାନଙ୍କୁ ଜଙ୍ଗଲ ଅଧିକାର ଦେବା, ଆଦିବାସୀମାନଙ୍କୁ ବେଆଇନ ଗିରଫଦାରୀରୁ ମୁକ୍ତ କରିବା ଏବଂ ସଂଖ୍ୟାଲଘୁ ମୁସଲମାନ ଏବଂ ଖ୍ରୀଷ୍ଟିଆନ ମାନଙ୍କୁ ଶତ ପ୍ରତିଶତ ଭୟମୁକ୍ତ ଜୀବନ ଯାପନର ଗ୍ୟାରେଣ୍ଟି ଦେବା ସହ ସ୍ୱାଧୀନତା ସମୟର ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ ମାନଙ୍କର ଆନୁପାତିକ ଜନସଂଖ୍ୟା ବଜାୟ ରଖିବା ଜରୁରୀ ବୋଲି ଇଣ୍ଡିଆନ ସିଟିଜେନ୍ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ।