ଆମ ପୋଲିସ କାର୍ଯ୍ୟକ୍ରମ ରେ ବରିଷ୍ଠ ନାଗରିକ ଙ୍କୁ ପରିଚୟପତ୍ର ପ୍ରଦାନ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲାର ସର୍ବପୁରାତନ ଓ ବ୍ରିଟିଶ ଙ୍କ ଦ୍ଵାରା ୧୮୦୬ ମସିହା ରେ ସ୍ଥାପିତ ହୋଇଥିବା ଗୋପ ଥାନା ରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଗୋପ ଥାନାଅଧିକାରୀ ସୁନୀଲ କୁମାର ପ୍ରଧାନ ଙ୍କ ତତ୍ଵାବଧାନ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ପୁରୀ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ପ୍ରସାଦ ପତି, ନିମାପଡା ଏସ ଡି ପି ଓ ଦେବାଶିଷ ମିଶ୍ର, ଆମ ପୋଲିସ ସମିତି ର ସଭାପତି ଅଶ୍ୱନୀ କୁମାର ପଟ୍ଟନାୟକ , ଗୋପ ସାଗରସ୍ନାନ ମେଳନ କମିଟି ସମ୍ପାଦକ ସତ୍ୟପ୍ରିୟ ନାୟକ ପ୍ରମୁଖ ଯୋଗଦେଇ ପୋଲିସ ଓ ଜନସାଧାରଣ ଙ୍କ ମଧ୍ୟରେ ସୁ ସମ୍ପର୍କ ରହିଲେ ଅପରାଧ କୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ମତ ପ୍ରକାଶ କରିଥିଲେ। ଗୋପ ଥାନା ଟି ବ୍ରିଟିଶ ଅମଳର ହୋଇଥିବାରୁ ଏହାର ରୂପାନ୍ତିକରଣ ଉପରେ ଗୁରୁତ୍ୱ ଦେବାକୁ ସ୍ଥାନୀୟ ଲୋକ ପ୍ରତିନିଧି ଙ୍କୁ ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ ପତି ପରାମର୍ଶ ଦେଇଥିଲେ । ପରିଶେଷରେ ଗୋପ ଅଞ୍ଚଳ ର ୩୭ ଜଣ ବରିଷ୍ଠ ନାଗରିକଙ୍କୁ ସ୍ୱତନ୍ତ୍ର ପରିଚୟପତ୍ର ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ