ପାଠ୍ୟ ପୁସ୍ତକ ବଣ୍ଟନ ମେଳା

ଆସିକା  (ୱାଇଏନ୍‍ଏସ୍‍) : ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପରାମର୍ଶକ୍ରମେ ଗତ ୨ ତାରିଖ ଠାରୁ ୨୦୨୬-୨୭ ଶିକ୍ଷାବର୍ଷ ଆରମ୍ଭ ହୋଇଯାଇଛି । ଆସିକା ବ୍ଳକ ଅନ୍ତର୍ଗତ ହରିଡାପଦର ଗ୍ରାମ ପଞ୍ଚାୟତର ମଣ୍ଟାପଡା ଗ୍ରାମରେ ଥିବା ମା ରତ୍ନମାଳୀ ଉଚ୍ଚ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରେ ଦଶମ ଶ୍ରେଣୀରେ ନାମ ଲେଖାଇଥିବା ୬୮ ଜଣ ବିଦ୍ୟାର୍ଥୀଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୋଗାଇ ଦିଆଯାଇଥିବା ସାହିତ୍ୟ, ଇଂରାଜୀ, ହିନ୍ଦୀ/ସଂସ୍କୃତ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ ସଂପୁର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଇଥିବା ଜଣାପଡିଛି । ମା ରତ୍ନମାଳୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ଅବସରରେ ଅନୁଷ୍ଠିତ ମାଗଣା ପାଠ୍ୟପୁସ୍ତକ ବଣ୍ଟନ ମେଳାରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ତାରା ପ୍ରସାଦ ମିଶ୍ର, ସହକାରୀ ଶିକ୍ଷକ ବି.ଚନ୍ଦ୍ରଶେଖର ରେଡି, ରଶ୍ମିତା ମହାପାତ୍ର, ଗୋବିନ୍ଦ ପରିଡା, ଶଶୀଭୂଷଣ ସାହୁ, ପାଣ୍ଡବେଶ୍ୱର ଜେନା, ପାଣ୍ଡବ ଗୌଡ ଯୋଗଦେଇ ନବାଗତ ଦଶମ ଶ୍ରେଣୀର ବିଦ୍ୟାର୍ଥୀମାନଙ୍କୁ ଉତ୍ସାହିତ କରିବା ସାଙ୍ଗକୁ ଆଗାମୀ ମାଟ୍ରିକ ପରୀକ୍ଷା ପାଇଁ ଏବେଠୁ ପ୍ରସ୍ତୁତ ହୋଇ ଭଲ ପାଠ ପଢି ପିତାମାତା ଓ ଶିକ୍ଷାନୁଷ୍ଠାନର ଅତୀତ ଗୌରବକୁ ଉଜ୍ଜିବୀତ କରିରଖିବାକୁ ପରାମର୍ଶ ଦେଇଥିବା ଲକ୍ଷ୍ୟ କରାଯାଇଥିଲା । ମା ରତ୍ନମାଳୀ ଉଚ୍ଚ ବିଦ୍ୟାଳୟ ପରିସରରେ ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ମାଗଣା ପାଠ୍ୟପୁସ୍ତକ ବଣ୍ଟନ ମେଳାକୁ ସୁପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର କର୍ମଚାରୀ ମହନ୍ତର ସାହୁ, ବୁଲୁ ସେଠୀ, ଶନି ଜେନା ପ୍ରମୁଖ ସହଯୋଗ କରିଥିଲା ବେଳେ ବହୁ ବିଦ୍ୟାର୍ଥୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ