ଆମ ପୋଲିସ ସମିତି ପକ୍ଷରୁ ସଚେତନତା ସଭା ଅନୁଷ୍ଠିତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ସାହସପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନ ପାଟପୁର ଥାନା ଆମ ପୋଲିସି ସମିତି ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି।ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମକୁ ସ୍ଥାନୀୟ ସମିତି ସଭ୍ୟ ପ୍ରତିନିଧି ଏ . କୈଳାସ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସାହାସପୂର୍ ସରପଞ୍ଚ ସୁଶାନ୍ତ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଚୁଡଙ୍ଗପୁର ସମିତି ସଭ୍ୟ ପ୍ରତିନିଧି ଶ୍ଯାମଘନ ପାତ୍ର , ଟି . ଗୋବିନ୍ଦପୁର ସରପଞ୍ଚ ପ୍ରତିନିଧି ମଙ୍ଗଳା ଗମାଙ୍ଗ ସମେତ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର ଏବଂ ଗ୍ରାମ୍ୟ କମିଟି ମେମ୍ବର ଯୋଗଦେଇ କିଭଳି ସାଧାରଣ ଜନତା ଓ ପୋଲିସ ପ୍ରଶାସନ ମଧ୍ୟରେ ଉତ୍ତମ ସୁସମ୍ପର୍କ ସହଯୋଗ ସ୍ଥାପନା କରିହେବ ଏବଂ ସମସ୍ତଙ୍କ ମଧ୍ୟରେ ଭାବ ଭାଇ ଚାରା ସୃଷ୍ଟି ହୋଇପାରିବ ଆଲୋଚନା କରିଥିଲେ । ଏଥିସହ ଆଗାମୀ ଦିନରେ ପାଟପୁର ଥାନା ଅଞ୍ଚଳରୁ ବେଆଇନ ମଦ କାରବାର , ଗଞ୍ଜେଇ ଚୋରାଚାଲାଣ , ବାଲ୍ୟ ବିବାହ ବନ୍ଦ , ଟ୍ରାଫିକ ଉଲଂଘନ କାରୀ ଯୁବକ , ମଦ୍ୟପାନ କରି ଗାଡ଼ି ଚଳାଉଥିବା ଯୁବକ ଉପରେ ନଜର ରଖାଯିବ ବୋଲି ପୋଲିସ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ତେବେ ଦ୍ରୁତ ଗତିରେ ଗାଡି ନ ଚଳାଇବା , ଗାଡ଼ି ଚଳାଇବା ସମୟରେ ମୋବାଇଲ ବ୍ୟବହାର ନ କରିବା , ମଦ୍ୟପାନ କରି ଗାଡ଼ି ନ ଚଳାଇବା ପାଇଁ , ସାଇବର ଠକେଇ ଠାରୁ ଦୂୂରେ ରହିବା , ନିଶାଦ୍ରବ୍ୟ ବର୍ଜନ , ଗ୍ରାମ୍ୟ ପରିବେଶକୁ ସଫାସୁତୁରା ରଖିବା , ପ୍ରଶାସନକୁ ସହଯୋଗ କରିବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ