ଆରଏସଏସ ପକ୍ଷରୁ ବିଜୟା ଦଶମୀ ଉତ୍ସବ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ବିଜୟା ଦଶମୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ମୋହନା ଖଣ୍ଡ କାର୍ଯ୍ୟବାହ ବଙ୍ଗାଳୀ ଜାନୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଆରଏସଏସ ସହପ୍ରାନ୍ତ ଶାରୀରିକ ପ୍ରମୁଖ ଅଶୋକ ରଣଜିତ୍ ଯୋଗଦେଇ ବିଜୟା ଦଶମୀ ଉତ୍ସବର ମହତ୍ତ୍ୱ ଉପରେ କହିଥିଲେ l ଏହା ଅଧର୍ମ ଉପରେ ଧର୍ମର ବିଜୟ l ଏହି ଦିନ ଦୁର୍ଗତି ନାସିନି ମା ଦୁର୍ଗା ମହିଷାସୁର କୁ ବଧ କରି ଦେବତା ମାନଙ୍କୁ ଉଦ୍ଧାର କରିଥିଲେ l ୧୯୨୫ ମସିହା ପବିତ୍ର ବିଜୟା ଦଶମୀ ଦିନ ଡ.କେଶବ ବଳିରlମ ହେଡଗେୱାର ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପ୍ରତିଷ୍ଠା କରିଥିଲେ l ସେଥିପାଇଁ ଆରଏସଏସ ପକ୍ଷରୁ ପ୍ରତିବର୍ଷ ବିଜୟା ଦଶମୀ ଉତ୍ସବ ପାଳନ କରାଯାଉଛି ବୋଲି ସେ କହିଛନ୍ତି l ସମ୍ମାନିତ ଅତିଥି ଭାବେ ବିଶ୍ବହିନ୍ଦୁ ପରିଷଦ ଗଜପତି ଜିଲ୍ଲା ପ୍ରଭାରୀ ତରଣିସେନ ଦାସ ଓ ଅଡବା ଗ୍ରାମ ମୂଖ୍ୟ ପ୍ରତାପ ସିଂ ପାତ୍ର ଯୋଗଦେଇଥିଲେ l ସ୍ଵୟଂସେବକ ମାନେ ପ୍ରଥମେ ଘୋଷବାଦ୍ୟ ସହ ଗ୍ରାମ ପରିକ୍ରମା କରିଥିଲେ l ଏହା ପରେ ଶିଶୁ ମନ୍ଦିର ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମରେ ସ୍ୱୟଂସେବକ ମାନଙ୍କ ଦ୍ବାରା ଯୋଗାସନ, ଦଣ୍ଡ, ନିଉଧ, ଘୋଷ ଓ ସମତା ପ୍ରଦର୍ଶିତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ଅଡବା ଗ୍ରାମର ଯୁବଗୋଷ୍ଠୀ, ବଜରଙ୍ଗ ଦଳ କର୍ମୀ ପରିଚାଳନା କରିଥିବା ବେଳେ ଏଥିରେ ଆରଏସଏସ ର ଜୁରିଆ ଜାନୀ, ଅମୂଲ୍ୟ ପାତ୍ର, ପ୍ରଶାନ୍ତ ସୁବୁଦ୍ଧି, ବାବୁଲା ସେଠୀ, ଓ ଶିବରାମ ସୁଆର ପ୍ରମୁଖ ଯୋଗଦେଇଥିଲେ l


