ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ
ମୋହନା, (ଅଂଶୁମାନ ପଣ୍ଡା):ସଂସ୍ଥାରେ ନିଯୁକ୍ତି ଦେବା ସହ ଗରିବ ହିତାଧିକାରୀଙ୍କୁ ସହାୟତା ଯୋଗାଇ ଦେବାକୁ ପ୍ରଲୋଭନ ଦେଖାଇ ବିଭିନ୍ନ ଅଂଚଳରୁ ୧୫ ଲକ୍ଷ ଟଙ୍କାରୁ ଠକି ନେଇଥିବା ଅଭିଯୋଗ ହୋଇଛି । ଗଜପତି ଜିଲ୍ଲା ମୋହନା ଥାନା କଳାମେରି-ନୂଆସାହି ଗାଁର ମାର୍କ ପ୍ରଧାନ ନାମକ ଯୁବକ ଗଞ୍ଜାମ ଜିଲ୍ଲା ଦିଗପହାଣ୍ଡିରେ ଆଶିଷ ପ୍ରଧାନର ପରିଚୟ ଦେଇ Holiness women’s welfare foundation ନାମରେ ସଂସ୍ଥାର ଏକ ଅଫିସ ଖୋଲି ଗତ ଜୁଲାଇ ମାସରେ ଗଂଜାମ ଜିଲ୍ଲା ଦିଗପହାଣ୍ଡି, ହିଂଜିଲିକାଟୁ, ଆସିକା, ସେରଗଡ଼ ଓ ପାତ୍ରପୁର ବ୍ଲକ ସମେତ ୮ ଗୋଟି ବ୍ଲକରେ ବ୍ଲକ କୋଡ଼ିନେଡ଼ର ଓ ପଂଚାୟତ କୋଡ଼ିନେଡ଼ର ଭାବେ ନିଯୁକ୍ତି ପାଇଁ କ୍ୟାଣ୍ଡିଡେଟ ପିଛା ୫/ ୬ ହଜାର ଟଙ୍କା ନେଇ ନିଯୁକ୍ତି ଦେବା ସହ ମାସିକ ୧୩ ହଜାର ଟଙ୍କା ଦରମା ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । କୋଡ଼ିନେଦରମାନେ ଗାଁକୁ ଗାଁ ଯାଇ ଗର୍ଭବତୀ ଓ ପ୍ରସୂତି ମହିଳାମାନଙ୍କୁ ବେବି କିଟ ସହ ୨ ବର୍ଷ ଯାଏଁ ବର୍ଷକୁ ୩ ହଜାର ୬ ଶହ ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇ ହିତାଧିକାରୀଙ୍କ ଠାରୁ ଫର୍ମ ଫିଲାପ ବାବଦକୁ ୩ ଶହ ଟଙ୍କା ଲେଖାଏଁ କଲେକ୍ସନ କରାଯାଇଛି । କୋଡ଼ିନେଡ଼ରମାନେ ବିଭିନ୍ନ ପଂଚାୟତରୁ ଲକ୍ଷ୍ୟଧିଙ୍କ ଟଙ୍କା ସଂଗ୍ରହ କରି ସଂସ୍ଥା ମାଲିକକୁ ଦେଇଛନ୍ତି। ହେଲେ ୩ ମାସ ହେଲାଣି ବର୍ତମାନ ସୁଦ୍ଧା କର୍ମଚାରୀମାନଙ୍କୁ ଦରମା ନ ଦେଇ ଅଫିସରେ ଏବେ ତାଲା ଝୁଲୁଛି । ପ୍ରତିଶ୍ରୁତି ମୁତାବକ କର୍ମଚାରୀଙ୍କୁ ଦରମା ଓ ହିତାଧିକାରୀଙ୍କୁ କୌଣସି ସହାୟତା ପ୍ରଦାନ କରାଯାଇନଥିବା ଅଭିଯୋଗ କରିଛନ୍ତି କର୍ମଚାରୀ ପଦ୍ମାବତୀ ପଣ୍ଡା, କେଶବ ଚନ୍ଦ୍ର ରଣା, ରଞ୍ଜିତ ପ୍ରଧାନ, ପ୍ରମିଳା ପ୍ରଧାନ। କର୍ମଚାରୀମାନେ ମାଲିକକୁ ପଚାରିବାରୁ ଟଙ୍କା ଫେରାଇ ଦେବେ ବୋଲି କହି ଦିନ ଗଡାଉଛନ୍ତି । ବାଧ୍ୟ ହୋଇ ୮ ଜଣ କର୍ମଚାରୀମାନେ ଆଜି କଳାମେରି ନୂଆସାହି ସ୍ଥିତ ମାଲିକ ଘରକୁ ଯାଇ ଟଙ୍କା ମାଗିଥିଲେ । ହେଲେ ଉଭୟଙ୍କ ମଧ୍ୟରେ ବଚସା ହେବା ସହ ହତାହାତୀ ପରିସ୍ଥିତି ସୃଷ୍ଟି ହେବା ସହ କିଛି ମହିଳା କର୍ମଚାରୀମାନେ ଆହତ ହୋଇଛନ୍ତି। ସମ୍ପୃକ୍ତ ମାଲିକ ଘଟଣା ସ୍ଥଳରୁ ଟଙ୍କା ନ ଦେଇ ଫେରାର ହୋଇଯାଇଛି । ଖବର ପାଇ ସରପଞ୍ଚ ଗାଁରେ ପହଂଚି ଘଟଣା ସମ୍ପର୍କରେ ପଚାରିବୁଝି ଛନ୍ତି । ଟଙ୍କା ନ ମିଳିଲେ ଏସପିଙ୍କ ଦ୍ୱାରସ୍ଥ ହେବା ସହ ଆବଶ୍ୟକ ପଡ଼ିଲେ ମହିଳା କମିଶନରଙ୍କ ନିକଟରେ ଅଭିଯୋଗ କରିବେ ବୋଲି କର୍ମଚାରୀମାନେ କହିଛନ୍ତି। ଏନେଇ ସମ୍ପୃକ ମାଲିକଙ୍କ ମାଆ କହିଛନ୍ତି, ସେ କଣ।ଅଫିସ କରିଛି ଜାଣିନାହାନ୍ତି ଯଦି ନେଇଛି ଟଙ୍କା ଫେରାଇ ଦେଵ ।


