ଆରଟିଓ ଅଫିସରେ ପୋଲିସର ଅଚାନକ ଚଢାଉ ,ସମସ୍ତ ଦଲାଲ ଛୁ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍):  : ଆରଟିଓ କାର୍ଯ୍ୟାଳୟ ଗୁଡିକରେ ଦଲାଲ ମୁକ୍ତ କରିବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡା ନିର୍ଦ୍ଦେଶ ଜାରି ରହିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷାଣ ପରେ ଆରଟିଓ  ଅଫିସ ପରିସରରେ  ଘୁରି ବୁଲୁଥିବା ଦଲାଲଙ୍କ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଛି ।  ଛତ୍ରପୁର ସ୍ଥିତ  ଗଂଜାମ ଆରଟିଓ କାର୍ଯ୍ୟାଳୟ ପରିସରରେ  ଦଲାଲ ମାନେ ଭିଡ  ରହୁଥିବା ବେଳେ  ଆଜି  ଛତ୍ରପୁର ଏସ୍ଡିପିଓ ଉକ୍ରଳ କେଶରୀ ଦାଶ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ ଓ ଗଂଜାମ ଆରଟିଓ ସଞ୍ଜୟ କୁମାର ବିଶ୍ୱାଳ ମିଳିତ ଭାବେ ଚଢାଉ କରିଥିଲେ । କାର୍ଯ୍ୟାଳୟ ପରିସରରେ ଦଲାଲମାନେ ନଥିବା ବେଳେ ପୂର୍ବରୁ ସେମାନେ କାର୍ଯ୍ୟାଳୟ ପରିସରରେ ବସୁଥିବା ଟେବୁଲ୍ ଓ ଚେୟାର ଗୁଡିକ ରହିଥିଲା । ସେ ଗୁଡିକୁ ତୁରନ୍ତ ସେଠାରୁ ହଟାଇବା ପାଇଁ ବ୍ୟବସ୍ଥା କରିବାକୁ ଏସ୍ଡିପିଓ ଶ୍ରୀ ଦାଶ ନିର୍ଦ୍ଦେଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ