ଆରପାରିରେ ଖଦାଳଗୈାଡ
ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍): ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟବରପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡଙ୍କ ପିତା ଖଦାଳ ଗୌଡଙ୍କ ନିଜ ଗ୍ରାମ ନୁଆପଡା ମଦୀୟ ବାସଭବନରେ ପ୍ରାୟ ସାଢେ ୧ ଘଣ୍ଟା ସମୟରେ ପରଲୋକ ହୋଇଯାଇଅଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା ।ସେ କିଛି ଦିନ ଧରି ଅସୁସ୍ଥତା କାରଣରୁ ଶଯ୍ୟାଶାୟୀ ଥିଲେ ।ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବେଲଗୁଣ୍ଠା ବ୍ଳକ ପୁର୍ବତନ ଅଧ୍ୟକ୍ଷ ତଥା ବ୍ଳକ ବିଜେଡି ସଭାପତି ପ୍ରଶାନ୍ତ କୁମାର ନାୟକ, ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ କୁଞ୍ଜ ବିହାରୀ ନାୟକ ଓ ରମେଶ ସ୍ୱାଇଁ, ସମିତି ସଭ୍ୟ ଦୁର୍ଗା ମାଧଵ ନାୟକ, ତୁଷାର କାନ୍ତ ବିଷୋୟୀ,ରଙ୍କ ନିଧି ପରିଚ୍ଛା, ବେଲଗୁଣ୍ଠା ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ପୁର୍ବତନ ସରପଞ୍ଚ ଚନ୍ଦ୍ରଶେଖର ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ ।ତାଙ୍କ ମରଶରୀରକୁ ଏକ ପଟୁଆରରେ ଗ୍ରାମ ପରିକ୍ରମା କରିବା ସହ ଗାଁ ଶ୍ମଶାନ ରେ ଶେଷକୃତ୍ୟ ସମ୍ପୂର୍ଣ୍ଣ ହୋଇଥିଲା ।ମୃତ୍ୟୁ ଶଯ୍ୟା ନିକଟରେ ପୁଅ ସନ୍ତୋଷ, ରବୀନ୍ଦ୍ର, ଓ ରାଜେନ୍ଦ୍ର ଉପସ୍ଥିତ ଥିଲେ ।