ଆରବିଆଇର ପ୍ରତୀକ ଚିହ୍ନରେ ବାଘ ରହିବାର କାରଣ
କେବେ ଆପଣ ଧ୍ୟାନ ଦେଇଛନ୍ତି କି ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରତୀକ ଚିହ୍ନରେ ବାଘ ଓ ଖଜୁରୀ ଗଛ କାହିଁକି ଅଛି ? ଏମିତି କେବଳ ଏହାର ସରକାରୀ ସ୍ଥିତି, ଦେଶର ଏହା ସହିତ ସମ୍ୱନ୍ଧ ପ୍ରଦର୍ଶନ କରିବା ପାଇଁ ହିଁ ନୁହେଁ । ବରଂ ଏହାର ସ୍ୱାଧୀନ ଏବଂ ସରକାରଠାରୁ ଆରବିଆଇର ମହତ୍ୱପୂର୍ଣ୍ଣ ଦୂରତାକୁ ବି ଦେଖାଏ । ଆରବିଆଇର ମୂଳଦୂଆ ବ୍ରିଟିଶ ଭାରତ ସମୟରେ ବର୍ଷ ୧୯୨୬ରେ ରଖାଯାଇଥିଲା । ଯେବେ ଭାରତୀୟ ମୁଦ୍ରା ଓ ବିତ୍ତ ପାଇଁ ରୟାଲ କମିଶନ ଏକ କେନ୍ଦ୍ରୀୟ ବ୍ୟାଙ୍କ ନିର୍ମାଣ କରିବାର ସୁପାରିଶ କରିଥିଲେ । ରୟାଲ କମିଶନକୁ “ହିଲଟନ୍ ୟଙ୍ଗ କମିଶନ’ ର ନାମ ଦ୍ୱାରା ବି ଜଣାଯାଏ । ବର୍ଷ ୧୯୩୪ର ଆରବିଆଇ ଅଧିନିୟମ ଅଧିନରେ ଏହାକୁ କେନ୍ଦ୍ର ସରକାରର ବ୍ୟାଙ୍କ କରାଗଲା । କେନ୍ଦ୍ରୀୟ ବ୍ୟାଙ୍କ, ମୁଦ୍ରା ଓ କ୍ରେଡିଟ୍ର ନିୟନ୍ତ୍ରଣକୁ ଅଲଗା କରିବା ଓ ପୁରା ଦେଶରେ ବ୍ୟାଙ୍କିଙ୍ଗ ସୁବିଧାରେ ବୃଦ୍ଧି ପାଇଁ ନିର୍ମାଣ କରାଯାଇଛି । ଦେଶର ବ୍ୟାଙ୍କର ରାଜା କୁହାଯାଉଥିବା ଆରବିଆଇର ଅଫିସିଆଲ ପ୍ରତୀକ ଚିହ୍ନ- ଖଜୁରୀ ଗଛ ଓ ସିଂହ । ଏହି ଚିହ୍ନ ଔପନିବେଶକ ଅତୀତର ଚିହ୍ନ ଓ ଏହାକୁ ଇଷ୍ଟ ଇଣ୍ଡିଆ କମ୍ପାନୀର ପ୍ରତୀକ ଚିହ୍ନରୁ ନିଆଯାଇଛି । ଇଷ୍ଟ ଇଣ୍ଡିଆ କମ୍ପାନୀର ପ୍ରତୀକ ଚିହ୍ନରେ ସିଂହ ଓ ଖଜୁରୀ ଗଛ ଥିଲା । ନୂଆ ପ୍ରତୀକ ଚିହ୍ନ ବି ଏହି ପ୍ରକାରର ହେବାର ଥିଲା । ଭାରତୀୟ ରିଜର୍ଭ ବ୍ୟାଙ୍କ ସରକାରୀ । ଭାରତୀୟ ରିଜର୍ଭ ବ୍ୟାଙ୍କ ମୁତାବକ, ପ୍ରତୀକ ଚିହ୍ନ ତିଆରି କରିବା ସମୟରେ ଏହା ବିଚାର କରାଗଲା କି ଏହି ବ୍ୟାଙ୍କ ସରକାରୀ ହେବାର ପ୍ରତୀକ । କିନ୍ତୁ ଏହାର ସରକାର ସହିତ ବେଶି ସମ୍ପର୍କ ନାହିଁ । ଏହା ସହିତ ଏହାର ଡିଜାଇନ୍ ବି ଭାରତୀୟ ହେବା ଜରୁରୀ ଥିଲା । ଏହା ପରେ ଫଇସଲା କରାଗଲା ଯେ, ସିଂହ ସ୍ଥାନରେ ବାଘକୁ ବ୍ୟବହାର କରାଯିବ । ବାଘକୁ ଏଥିପାଇଁ ରଖାଗଲା ଯେ ଏହା ସିଂହ ତୁଳନାରେ ଅଧିକ ଭାରତୀୟ ପଶୁ ବୋଲି ଧରାଯାଏ । ସେତେବେଳେ ବାଘ ପୂରା ଦେଶରେ ଥିଲେ ଓ ସିଂହ ବିଲୁପ୍ତ ହେଉଥିଲେ ।