ଆରବିଆଇ କୁ ପ୍ରଶ୍ନ କଲେ ଦିଲ୍ଲୀ ହାଇକେ।ର୍ଟ
ଭାରତରେ କାଫି ଲୋକପ୍ରିୟ ଡିଜିଟାଲ ଆପ ରୂପରେ ଜଣାଶୁଣା ଗୁଗଲ ପେକୁ ନେଇ ଦିଲ୍ଲୀ ଉଚ୍ଚତମ ନ୍ୟାୟାଳୟ ଆରବିଆଇକୁ ପ୍ରଶ୍ନ କରିଛି । ଏହି ମାମଲାରେ ଦାୟର ହୋଇଥିବା ଏକ ଜନହିତ ଯାଚିକାରେ ଶୁଣାଣୀ କରିବା ସମୟରେ ଅଦାଲତ ପ୍ରଶ୍ନ କରିଛନ୍ତି କି, ବିନା ମଞ୍ଜୁରୀରେ ଏହି ଆପ କିଭଳି ଚାଲୁଛି ।
ମୁଖ୍ୟ ନ୍ୟାୟାଧୀଶ ରାଜେନ୍ଦ୍ର ମେନନ ଏବଂ ନ୍ୟାୟାଧୀଶ ଏ ଜେ ଭମ୍ବାନୀଙ୍କ ଖଣ୍ଡପୀଠ ଏକ ଜନହିତ ଯାଚିକାରେ ଶୁଣାଣୀ କରିବା ସମୟରେ ଆରବିଆଇକୁ ଏହି ପ୍ରଶ୍ନ କରିଥିଲେ । ଗୁଗଲ ପେ ଅବୈଧ ରୂପରେ ଭାରତରେ ବ୍ୟବହାର କରାଯାଉଛି ଏବଂ ଏହା ପେମେଂଟ ଅଧିନିୟମ ଉଲ୍ଲଙ୍ଘନ କରୁଛି ବୋଲି ଯାଚିକାରେ କୁହାଯାଇଛି । ଅଦାଲତ ଗୁଗୁଲ ଇଣ୍ଡିଆ ଏବଂ ଆରବିଆଇକୁ ଏହି ସମ୍ବନ୍ଧରେ ନୋଟିସ ପଠାଇଛନ୍ତି ।


