ଆରବିଏସକେ ଆୟୁଷ ଡାକ୍ତରଙ୍କ ପ୍ରତି ସରକାରଙ୍କ ଅବହେଳା
କୋଦଳା,(ଗୁଲସନ୍ କୁମାର କର):ସମ୍ପ୍ରତି ସମାଜରେ କାୟା ବିସ୍ତାର କରିଥିବା ମହାମାରୀ କରୋନା ଯୁଦ୍ଧରେ ସେନାପତି ସାଜିଛନ୍ତି ଆରବିଏସକେ ଆୟୁଷ ଡାକ୍ତରମାନେ l ରୋଗୀଙ୍କ ପ୍ରତ୍ୟେକ କ୍ଷେତ୍ରରେ ଡାକ୍ତରଙ୍କ ସେବା କାର୍ଯ୍ୟ ଅତୁଳନୀୟ l ଯାହାଦ୍ୱାରା ୨୦୧୩ ମସିହାରୁ ଆରବିଏସକେ ଯୋଜନାରେ ଆୟୁଷ ଡାକ୍ତରମାନେ ନିଯୁକ୍ତିରେ ଅଛନ୍ତି l କୋଭିଡ୧୯ ଯୁଦ୍ଧରେ ଦିନ ରାତି ଏକ କରି ନିଜ ଜୀବନକୁ ବାଜି ଲଗେଇ ପରିବାରକୁ ତୁଛକରି ସମାଜର ଜନକଲ୍ୟାଣ ପାଇଁ କର୍ତ୍ତବ୍ୟ ନିଷ୍ଠା ଭାବେ ନିଜ ଦାୟିତ୍ୱ ରେ ରହିଛନ୍ତି l ଅଙ୍ଗନବାଡି, ବିଦ୍ୟାଳୟ, କଲେଜ ଓ ପାହାଡ଼ ଅଞ୍ଚଳରେ ଥିବା ଅସହାୟ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ତିତିଲି, ହୁଡହୁଡ ଓ ଫନି ଭଳି ପ୍ରାକୃତିକ ବିପର୍ଯୟରେ ସବୁଠି ଆରବିଏସକେ ଆୟୁଷ ଡାକ୍ତରଙ୍କ ଗୁରୁତ୍ୱ ଭୂମିକା ଗ୍ରହଣ କରିଥାଏ l କିନ୍ତୁ ଏସବୁ ସର୍ତ୍ତେ ସେମାନଙ୍କ ପ୍ରତି ସରକାରଙ୍କ ଉଦାସୀନତା କର୍ମବିମୁଖୀ କରିଦେଇଛି l କରୋନା ଯୋଦ୍ଧା ଭାବେ ନିଜକୁ ସମ୍ପୂର୍ଣ ରୂପେ ଡାକ୍ତରମାନେ ନିୟୋଜିତ କରିଛନ୍ତି l ଏହି ଡାକ୍ତରମାନଙ୍କୁ ଅନ୍ୟ ଡାକ୍ତରଙ୍କ ଭଳି ଚାରି ମାସର ଦରମା ଦିଆଯାଉନାହିଁ, ସେମାନଙ୍କୁ ସୁରକ୍ଷିତ କରିବା ପାଇଁ ବୀମାଭୁକ୍ତ କରାଯାଉଛି କି ନାହିଁ ସନ୍ଦେହ ଉପୁଜୁଛି l ତଥାପି ଆରବିଏସକେ ଆୟୁଷ ଡାକ୍ତର ଙ୍କ ଦାୟିତ୍ୱ ସମ୍ପାଦନାରେ ଟିକିଏ ବି ହେଳା କରିନାହାନ୍ତି l କାମକୁ ସମାନ ଦରମା ପାଉନାହାନ୍ତି ସେମାନେ ଅତି ନିମ୍ନମାନର ଦରମାରେ କାଳାତିପାତ କରୁଛନ୍ତି l ତେଣୁ ସର୍ବସାଧାରରେ ପ୍ରଶ୍ନ ଉଠୁଛି ଆରବିଏସକେ ଡାକ୍ତରମାନେ ଅନ୍ୟ ଡାକ୍ତରଙ୍କ ଭଳି ଦାୟିତ୍ୱ ନିର୍ବାହ କରୁଛନ୍ତି l ତେବେ ସରକାର ସେମାନଙ୍କ ଆବଶ୍ୟକତା ପୂରଣ କରିବାରେ ପଛଘୁଞ୍ଚା କାହିଁକି, ସେମାନେ କରିଲେ ବି ଭିନ୍ନଭିନ୍ନ ଡାକ୍ତର ପ୍ରତି ସରକାରଙ୍କ ଭିନ୍ନ ମାନସିକତା କାହିଁକି ବୋଲି ଦାବି ହେଉଛି l ଏହାକୁ ନେଇ ଗଞ୍ଜାମ ଆରବିଏସକେ ଆୟୁଷ ଡାକ୍ତର ସଂଘ ପକ୍ଷରୁ କ୍ଷୋଭ ପ୍ରକାଶ କରିଛନ୍ତି l