ଆରବ ସାଗରରେ ଘନୀଭୂତ ହେଉଛି ଲଘୁଚାପ

ମୁମ୍ବାଇ : ଆଗାମୀ ଦିନରେ ପୁଣି ¬ଏକ ବାତ୍ୟା ହେବାର ସମ୍ଭାବନା ରହିଛି। ସାମୁଦ୍ରିକ ବାତ୍ୟା ଅମ୍ଫାନ କାରଣରୁ ପଶ୍ଚିମବଙ୍ଗ ଓ ଓଡିଶା ଗଭୀର ଭାବରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଆରବ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି । ଦକ୍ଷିଣପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀପ ମଝିରେ ସୃଷ୍ଟି ହୋଇଛି ଏହି ଲଘୁଚାପ । ଆସନ୍ତା ୩ ତାରିଖ ସୁଦ୍ଧା ଏହି ସାମୁଦ୍ରିକ ବାତ୍ୟା ଗୁଜରାଟ ଏବଂ ମହାରାଷ୍ଟ୍ର ଛୁଇଁବାର ସମ୍ଭାବନା ରହିଛି । ସୋମବାର ଠାରୁ ଏହାର ପ୍ରଭାବରେ ଝଡ ବର୍ଷା ହେବା ସହିତ ୩ ତାରିଖରେ ଏହା ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ